ବିଭିନ୍ନ ସ୍ଥାନରେ ଖୁବ୍ ଧୂମଧାମରେ ପାଳନ ହେଉଛି ଇଦ୍ ପର୍ବ

କେନ୍ୟୁଜ୍: ଭାଇଚାରାର ସହର କଟକରେ ମଧ୍ୟ ଇଦ୍‌ ପାଇଁ ଉତ୍ସବମୁଖର। ନମାଜ ପାଠ ପାଇଁ ବିଭିନ୍ନ ମସଜିଦ୍‌ରେ ଭିଡ ଲାଗିଛି। ଆଉ ଘରେ ଘରେ ପ୍ରସ୍ତୁତ ଚାଲିଛି ସ୍ୱାଦିଷ୍ଟ ବ୍ୟଞ୍ଜନ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଇଦ୍‌ । ସକାଳୁ ସକାଳୁ ଇଦଗାହ ପଡ଼ିଆରେ ପହଞ୍ଚି ସେଠାରେ ସମୂହ ନମାଜ ପାଠ କରାଯାଇଥିଲା । ସେହିପରି ସୋରରେ ମଧ୍ୟ ଇଦ୍‌ ଉଲ ଫିତର ଉପଲକ୍ଷେ ଇଦଗାହ ପଡ଼ିଆରେ ସମୂହ ବିଶ୍ବ ଶାନ୍ତ ଏବଂ ସୁଖ ସମୃଦ୍ଧି ପାଇଁ ନମାଜ ପାଠ କରାଯାଇଛି। ଏଠାରେ ୫ ହଜାର ଶ୍ରଦ୍ଧାଳୁ ନମାଜ ପାଠରେ ଯୋଗ ଦେଇଛନ୍ତି।

eid picଏଥିସହ ଯାଜପୁର ସହରର ବ୍ରହ୍ମବରଦା ଅଞ୍ଚଳ ମଧ୍ୟ ପବିତ୍ର ଇଦ୍‌ ଉଲ ଫିତର ପର୍ବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି। ସକାଳୁ ସକାଳୁ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନୂତନ ବସ୍ତ୍ର ପରିଧାନ କରି ନିକଟସ୍ଥ ଇଦଗାହ ପଡ଼ିଆରେ ସମୂହ ନମାଜ ପାଠ କରିଛନ୍ତି। ମାସ ତମାମ ଉପବାସ ରଖି ନଷ୍ଠାର ସହ ଏହି ପର୍ବ ପାଳନ କଲେ ଆଲ୍ହାଙ୍କ କୃପା ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି।