ବଢ଼ିପାରେ ବିଦ୍ୟୁତ ଦର, ଜାଣନ୍ତୁ ୟୁନିଟ ପିଛା କେତେ ହେବ ବୃଦ୍ଧି

ଭୁବନେଶ୍ବର : ବଢ଼ିପାରେ ବିଦ୍ୟୁତ ଦର। ୟୁନିଟ ପିଛା ୭୬ ପଇସା ବୃଦ୍ଧି ପାଇଁ ମସୁଧା ଚଳାଇଛି ଓଇଆରସି । ତେବେ ଏହାକୁ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ଏକ ସାମ୍ବାଦିକ ସମ୍ମିଳନୀରେ ବିତରଣ କମ୍ପାନୀଙ୍କର ସିଏଜି ଅଡିଟ ପାଇଁ ଦାବି କରିଛି ସଂଘ। କହିଛି, ଓଡ଼ିଶା ଶକ୍ତି କ୍ଷେତ୍ରରେ ବଳକା ରାଜ୍ୟ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ୍ ଚାଲିଛି । ଏହାକୁ ବନ୍ଦ କରାଯାଉ । ସେହିପରି ବିଭିନ୍ନ କମ୍ପାନୀ ଓ ଉପଭୋକ୍ତାଙ୍କ ଉପରେ ପଡ଼ି ରହିଥିବା ଅନାଦେୟ ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ଦାବି କରିଛି । ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ କାର୍ୟ୍ୟ କରୁଥିବା କୁଶଳୀ ଅଣକୁଶଳୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ପାଇଁ ମହାସଙ୍ଘ ପକ୍ଷରୁ ଦାବି କରାଯାଇଛି ।