Below header

ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ପୁରୀ କିଲ୍ଲା ପ୍ରଶାସନ ଜାରି କଲା ନୂଆ କର୍ଫ୍ୟୁ ପାସ, ବାହୁଡା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ କରିପାରିବେ ସୁଟିଂ

ପୁରୀ: ପୁରୀର ବାହୁଡା ଯାତ୍ରାର ସିଧା ପ୍ରାସାରଣ ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ନୂତନ କର୍ଫ୍ୟୁ ପାସ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ପ୍ରସାରଣ ବିଭଗ । ଏହି ସ୍ୱତନ୍ତ୍ର ପାସ ଆସନ୍ତା କାଲି ଅପରାହ୍ନ ୪ଟା ମଧ୍ୟରେ ଭିଡିଓ ଗ୍ରାଫର ମାନେ ଗ୍ରହଣ କରିବାକୁ କୁହାଯାଇଛି । ଏହି ପାସ ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେର ସୁଟିଙ୍ଗ ସମୟରେ କାର୍ଯ୍ୟକାରୀ ହେବ ।

ବାହୁଡ଼ା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଜୁନ୍‌ ୩୦ ତାରିଖ ରାତି ୧୦ଟାରୁ ଲାଗୁ ହୋଇ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଘୋଷଣା କରାଯାଇଥିଲା । ତେବେ ଏହି କର୍ଫ୍ୟୁ ସାରା ଜିଲ୍ଲାରେ ଲାଗୁ ହେବ । ଏନେଇ ଗତକାଲି ପୁରୀ ଜିଲ୍ଲାପାଳ ବଲ୍‌ବନ୍ତ ସିଂହ ସୂଚନା ଦେଇଥିଲେ । କରୋନା କାଳରେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଘୋଷଣା କରାଯାଇଛି । ଭକ୍ତଙ୍କ ଗହିଳିକୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ବେଳେ ମଧ୍ୟ ପୁରୀକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା ।

ସେହିପରି ବାହୁଡ଼ା ପାଇଁ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀଗୁଣ୍ଡିଚା ଭଲି ମଧ୍ୟ ବାହୁଡ଼ାରେ ଘରେ ରହି ଟିଭି ରେ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଜିଲ୍ଲାପାଳ କହିଛନ୍ତି । ରଥଯାତ୍ରା ପରି ବାହୁଡ଼ାରେ ମଧ୍ୟ ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.