‘ ଦିଲ ବେଚାରା’ ସେଟ୍‌ରେ ଡ୍ୟାନ୍ସର ଶୁବଲକ୍ଷ୍ମୀଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିଲେ ସୁଶାନ୍ତ, ଭିଡିଓ ଭାଇରଲ

ବଲିଉଡ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ସମସ୍ତଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି କରିଛି। ଏବେ ସେ ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ ଫ୍ୟାନମାନଙ୍କ ମନରେ ଏବେ ମଧ୍ୟ ରହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ଏକ ପ୍ରକାର ଯୁଦ୍ଧ ଲାଗିଛି। ବଲିଉଡ ଅଭିନେତା, ସୁପରଷ୍ଟାର, ଅଭିନେତ୍ରୀ, ପ୍ରଯୋଜକ, ନିର୍ମାତାଙ୍କ ଉପରେ ମଧ୍ୟ ତାଙ୍କର ମୃତ୍ୟୁର ଆରୋପ ଲାଗିଛି। ଏବେ ସୁଶାନ୍ତଙ୍କର ଆଉ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି।

ସୁଶାନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଡ୍ୟାନ୍ସର ଶୁବଲକ୍ଷ୍ମୀଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ। ଏହି ଭିଡିଓକୁ ସୌଭାଗ୍ୟ ବେକଟେକ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସୁଶାନ୍ତ ବହୁତ ଖୁସି ନଜର ଆସୁଥିବା ନଜର ଆସିଛନ୍ତି। ଏହି ଭିଡିଓ ସୁଶାନ୍ତଙ୍କ ଅପ୍‌କମିଂ ଫିଲ୍ମ ‘ ଦିଲ ବେଚାରା’ ସେଟ୍‌ର ରହିଛି। ଏହି ଭିଡିଓକୁ ଦେଖିଲା ପରେ ଆପଣ ବିଲକୁଲ ବି ଅନୁମାନ କରିପାରିବେ ନାହିଁ ଯେ, ସୁଶାନ୍ତ କୌଣସି ଷ୍ଟ୍ରେସରେ ଥିଲେ ବୋଲି।

 

View this post on Instagram

 

Ammamma with Sushant ❤️ two of them full of positivity…

A post shared by Sowbhagya Venkitesh (@sowbhagyavenkitesh) on

ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ୨୪ ଜୁଲାଇ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ୍ ହେବ। ଏହାର ଠିକ୍ ତୁରନ୍ତ ପରେ ରାଜକୁମାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ସୂଚନାଯୋଗ୍ୟ , ଗତ ୧୪ ତାରିଖ ଦିନ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ ଘରୁ ଉଦ୍ଧାର କରାଯାଇଥିଲା । ଏହା ପରେ ସାରା ଦେଶରେ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଛି ଯେ ଏଯାଏ ଥମିବାର ନାଁ ନେଉନାହିଁ । ତଥାପି କ୍ରାଇମ୍ ବ୍ରାଞ୍ଚ ପୋଲିସ୍ ଦିନରାତି ଏକାଠି କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.