Below header

ବିଶ୍ୱରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ, ଏକ କୋଟି ପାର ହେଲାଣି କରୋନା ସଂକ୍ରମଣ ସଂଖ୍ୟା

ସାରା ବିଶ୍ୱରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ୯୦ ହଜାର ପାର କରିସାରିଲାଣି । ଏଯାବତ ଏହି ଭାଇରସ୍‌ ଯୋଗୁ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଆମେରିକା ଏକ ନମ୍ବର ସ୍ଥାନରେ ରହିଛି । ଯେବେକି ଭାରତର ସ୍ଥାନ ୪ର୍ଥ ରେ ରହିଛି | ଆମେରିକାରେ ୨୫ ଲକ୍ଷ ୯୬ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଏକ ଲକ୍ଷ ୨୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଆମେରିକା ସମେତ ୟୁରୋପୀୟ ଦେଶ ଗୁଡିକରେ ବି କରୋନା ସକ୍ରିୟ ରହିଛି |

ଭାରତରେ ଦିନକରେ ୧୯,୯୦୬ କରୋନା ଆକ୍ରାନ୍ତ ଚିହ୍ନଟ। କେବଳ ଏତିକି ନୁହେଁ ଗୋଟିଏ ଦିନରେ ୪୧୦ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏବେ ପଯ୍ୟର୍ନ୍ତର ଏହା ରେକର୍ଡ ସଂଖ୍ୟକ ସର୍ବାଧିକ ବୋଲି ଜଣାପଡିଛି। ଦେଶରେ ସମୁଦାୟ ୫ ଲକ୍ଷ ୨୯ ହଜାର ୫୭୭ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୬ ହଜାର ୧୦୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଲକ୍ଷ ୧୦ ହଜାର ୧୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସାରା ବିଶ୍ୱରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ। ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ଟପିଲାଣି। ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ୮୦ ହଜାର ପାର କରିସାରିଲାଣି। ଏହି ଭାଇରସ୍‌ ଯୋଗୁ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୫୪ ଲକ୍ଷ ୫୭ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ତଳକୁ ରହିଛି ବ୍ରାଜିଲ, ରୁଷିଆ, ଭାରତ ଏବଂ ବ୍ରିଟେନ୍‌ । ଭାରତ ୪ ନମ୍ବର ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.