କରୋନା ଯୋଗୁଁ ବିଦେଶରେ ଫସିଥିବା ଭାରତୀୟଙ୍କୁ ମାଗଣାରେ ସାହାଯ୍ୟ କରୁଛନ୍ତି ଏହି ଓକିଲ

ୟୁଏଇରେ ରହୁଥିବା ଜଣେ ଭାରତୀୟ ମହିଳା ଓକିଲ କରୋନା ମହାମାରୀ ସମୟରେ ଫସିଥିବା ଲୋକଙ୍କୁ ସାହଯ୍ୟ କରୁଛନ୍ତି। କରୋନା ଯୋଗୁଁ ଫସିଥିବା ଲୋକେ ଏବଂ ଚାକିରି ହରାଇଥିବା ୨ ହଜାର ଲୋକଙ୍କୁ ଫେରିବା ପାଇଁ କେସ ଲଢୁଛନ୍ତି।

ଖବର ମୁତାବକ, ୪୧ ବର୍ଷୀୟ ଶୀଲା ଥମାସ କୋଡି –୧୮ ଯୋଗୁଁ ଚାକିରି ହରାଇଥିବା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ବିହାରର ପାଖାପାଖି ୨୨ଶହ ଲୋଙ୍କୁ ସ୍ୱଦେଶ ଆଣିବା ପାଇଁ କାନୁନ ପ୍ରକ୍ରିୟାରେ ସାହାଯ୍ୟ କରୁଛନ୍ତି। ଆପଣ ଭାବୁଥିବେ ଏମାନେ ତ ଭାରତକୁ ଫେରିବେ ପୁଣି କାନୁନ ପ୍ରକ୍ରିୟା ହେବା କ’ଣ ଦରକାର ? ସେଠାରେ ରହୁଥିବା ଅନେକ ଲୋକଙ୍କ ପାସପୋର୍ଟ ଏବଂ ଭିଜା ଅବଧି ଶେଷ ହୋଇଯାଇଛି। ତେଣୁ ସେମାନେ ଫେରିବା ପାଇଁ ହଇରାଣ ହେଉଛନ୍ତି। ଯାହାକୁ ସମାଧାନ କରିବା ପାଇଁ ଶୀଲା ସେମାନଙ୍କର ସାହଯ୍ୟ କରୁଛନ୍ତି।

uae

ଶୀଲା ଗତ ୨୫ ବର୍ଷ ହେଲାଣି ୟୁଏଇରେ ରହୁଛନ୍ତି। ସେଠାରେ ସେ ଏମାନଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ପଇସା ନେଉନାହାନ୍ତି। ଶୀଲାଙ୍କ ଘର କେରଳରେ କିନ୍ତୁ ସେ ହାଇଦ୍ରାବାଦରେ ବଢିଥିଲେ। ତାଙ୍କ ମୋବାଇଲ ନମ୍ବର ଭାଇରଲ ହେବା ପରେ ଭାରତୀୟମାନେ ସାହାଯ୍ୟ ପାଇଁ ବାରମ୍ବାର କଲ୍‌ କରିଥିଲେ। କରୋନା ସମୟରେ ସେମାନେ କିଭଳି ଘରକୁ ଯାଇପାରିବେ। ସେମାନଙ୍କ ପାସପୋର୍ଟ କିଭଳି ପ୍ରସ୍ତୁତ ହୋଇପାରିବ ଶିଲା ସେମାନଙ୍କୁ ସାହାଯ୍ୟ କରନ୍ତି। ଏପର୍ଯ୍ୟନ୍ତ ଶୀଲା ୩୦୦ ଲୋକଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.