Below header

କରଞ୍ଜିଆ ବନଖଣ୍ଡରେ ନିଦ ହଜାଇଛନ୍ତି ହାତୀପଲ, ଚାଷ ଜମିରେ ପଶି ନଷ୍ଟ କଲେ ଧାନ

(କେନ୍ଯୁଜ୍): କରଞ୍ଜିଆ ବନଖଣ୍ଡରେ ନିଦ ହଜାଇଛନ୍ତି ହାତୀ । ଦିନବେଳା ଗାଁରେ ଚାଷ ଜମିରେ ପଶି ଧାନ ନଷ୍ଟ କରିଥିଲେ । ଏହା ସହ କରଞ୍ଜିଆ-ଚଢେଇଭୋଳ ରାସ୍ତା ଅବରୋଧ କରିଥିଲେ ୨୨ ଟିକିଆ ହାତୀପଲ । ସେହିପରି ଦିନ ତମାମ୍‌ ସାନଦେଉଳି, ବଡ଼ ଦେଉଳି ଏବଂ ଭଅଁରା ଆଦି ଗାଁରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି । ସେପଟେ ହାତୀମାନଙ୍କୁ ଘଉଡାଇବାରେ ବିଫଳ ବନବିଭାଗ । ହାତୀଙ୍କ ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ୪ଟି ବ୍ଲକର ଲୋକ। । ସନ୍ଧ୍ୟା ହେଲେ ଗାଁର ପୁରଷ ଲୋକମାନେ ନିଆଁ ଜାଳି ଘର ସାମ୍ନାରେ ଜଗି ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.