ଭୁଲ୍‌ରେ ବି କାହାକୁ କୁହନ୍ତି ନାହିଁ ଆପଣଙ୍କର ଏହି ୫ଟି ସିକ୍ରେଟ୍‌, ନଚେତ୍‌ ପଡ଼ିପାରନ୍ତି ଅସୁବିଧାରେ

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସିକ୍ରେଟ କଥା ରହିଥାଏ, ଆଉ ଏହାକୁ ସର୍ବଦା ସିକ୍ରେଟ୍‌ ହିଁ ରଖିବା ଉଚିତ। କାହିଁକି ନା, ବ୍ୟକ୍ତିଗତ କଥାକୁ ସିକ୍ରେଟ୍‌ ନ ରଖିଲେ, ନିଜର ହିଁ କ୍ଷତି ହୋଇଥାଏ। ଆଜି ଆମେ ଆପଣଙ୍କୁ ୫ଟି ଏମିତି କଥା କହିବାକୁ ଯାଉଛୁ, ଯାହାକୁ ଆପଣ ନିଜ ଭିତରେ ହିଁ ସୀମିତ ରଖିବା ଉଚିତ। ଅର୍ଥାତ୍‌ ଜୀବନର ଏମିତି କଥାର ରାଜ୍‌ ଖୋଲିବା ଆଦୌ ଉଚିତ ନୁହେଁ।

୧. ଗୁରୁମନ୍ତ୍ର

ଯଦି ଆପଣଙ୍କ ଗୁରୁଙ୍କଠାରୁ କୌଣସି ମନ୍ତ୍ର ନେଇଛନ୍ତି, ତା’ହେଲେ ତାକୁ ଗୁପ୍ତ ରଖିବା ଉଚିତ। କାହିଁକି ନା, ଗୁରୁମନ୍ତ୍ର ସେତେବେଳେ ସିଦ୍ଧ ହୋଇଥାଏ, ଯେତେବେଳେ ଏହାକୁ ଅନ୍ୟଜଣଙ୍କ ଆଗରେ ଲୁଚାଇ ରଖାଯିବ।

lip3

ଏହାସହ ପଢ଼ନ୍ତୁ: ସବୁଦିନ ରାତିରେ ଶୋଇବା ପୂର୍ବରୁ ରୁମ୍‌ରେ ଜଳାନ୍ତୁ ଗୋଟିଏ ତେଜପତ୍ର, ମିଳିବ ଅନେକ ଫାଇଦା

୨. ଗୁପ୍ତ ଦାନ

ଶାସ୍ତ୍ରରେ ଗୁପ୍ତ ଦାନର ବିଶେଷ ମହତ୍ତ୍ୱ ବିଷୟରେ କୁହାଯାଇଛି। କୁହାଯାଏ କି, ଯେଉଁ ବ୍ୟକ୍ତି ଗୁପ୍ତରେ ଦାନ କରିଥାଏ, ତାଙ୍କୁ ଅକ୍ଷୟ ପୁଣ୍ୟ ସହ ଦେବଦେବୀଙ୍କର ଆଶୀର୍ବାଦ ମିଳିଥାଏ। ଗୁପ୍ତ ଦାନ ବିଷୟରେ କାହାକୁ ବି କୁହାଯାଇ ନ ଥାଏ।

୩. ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା/କଥାବାର୍ତ୍ତା

ସ୍ୱାମୀ-ସ୍ତ୍ରୀଙ୍କ ଭିତରର ବାଦବିବାଦ କେବେ ବି ତୃତୀୟ ବ୍ୟକ୍ତିଙ୍କୁ କହିବା ଉଚିତ ନୁହେଁ। କାରଣ, ସେହି ତୃତୀୟ ବ୍ୟକ୍ତି ଜଣକ ଆପଣଙ୍କ ଝଗଡ଼ାର କେବେ ବି ଲାଭ ଉଠାଇପାରେ।

lip2

ଏହାସହ ପଢ଼ନ୍ତୁ: କେବଳ ତ୍ୱଚା ନୁହେଁ, ଘର ସଫା ପାଇଁ ମଧ୍ୟ ବ୍ୟବହାର କରନ୍ତୁ ଆଳୁ

୪. ବୟସ

ନିଜକୁ ଯୁବା ଦେଖାଇବା ପାଇଁ ଅନେକ ଲୋକ ନିଜ ବୟସକୁ ଅନ୍ୟ ଆଗରେ ଲୁଚାଇ ଥାଆନ୍ତି। ବୟସ ବି ଲୁଚାଇବା ଦରକାର। କିନ୍ତୁ କେବେ ବି ବୟସକୁ ଆପଣଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ, ଯଦ୍ଦ୍ଵାରା ଆପଣଙ୍କ ଶକ୍ତି ଏବଂ ଉତ୍ସାହ କମିଯିବ।

୫. ଔଷଧ

ଏମିତି କିଛି ଔଷଧ ଥାଏ, ଯାହାକୁ ଲୁଚାଇ ରଖାଯିବା ହିଁ ଲାଭଦାୟକ ହୋଇଥାଏ। ଏହାସହ ଔଷଧକୁ ପବନ ଏବଂ ଆଲୋକଠାରୁ ଦୂରେଇ ରଖିବା ଉଚିତ। ଏହାଦ୍ୱାରା ଔଷଧ ପ୍ରଭାବଶାଳୀ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.