ଗାଈ କ୍ଷୀର ଠାରୁ ଲାଭଦାୟକ ହୋଇଥାଏ ଏହି ପଶୁମାନଙ୍କ କ୍ଷୀର, ଫାଇଦା ଏତେ ଯେ ଆଶ୍ଚର୍ଯ୍ୟ ହେବେ ଆପଣ

ଭାରତରେ ଗାଈଙ୍କୁ ଗୋମାତା ଭାବେ ପୂଜା କରାଯାଏ। ଏଣୁ ଗାଈ କ୍ଷୀରକୁ କେବଳ ଖାଦ୍ୟ ଭାବେ ନୁହେଁ, ଭଗବାନଙ୍କ ପୂଜାରେ ମଧ୍ୟ ବ୍ୟବହାର କରାଯାଏ। ପୁଷ୍ଟିସାର ଓ ଭିଟାମିନ୍‌ ପାଇଁ ଡାକ୍ତରମାନେ ସାଧାଣରତଃ ଗାଈ କିମ୍ବା ମଇଁଷି କ୍ଷୀରକୁ ଅଧିକ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କେବଳ ଗାଈ ନୁହେଁ ଏମିତି ଅନେକ ଜୀବନ ଅଛନ୍ତି ଯାହାର କ୍ଷୀର ଗାଈ ଭଳି ଦେହ ପାଇଁ ହିତକର ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଜୀବଙ୍କ କ୍ଷୀର ଲାଭଦାୟକ ହୋଇଥାଏ…

ଓଟ କ୍ଷୀର:

ମରୁଭୂମିରେ ଅଧିକ ସଂଖ୍ୟାରେ ଓଟ ଦେଖିବାକୁ ମିଳିଥାନ୍ତି, ଏଣୁ ସେଠାକାର ଲୋକେ ଓଟ କ୍ଷୀର ପିଇଥାନ୍ତି। ଏହି କ୍ଷୀରର ବିଶେଷତ୍ୱ ହେଉଛି ୮୬ ଡିଗ୍ରୀ ଫାରେନ୍‌ହାଇଟ୍‌ ବା ୩୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ମଧ୍ୟ ଏହା ସାତ ଦିନ ପର୍ଯ୍ୟନ୍ତ ଖରାପ ହୋଇନଥାଏ। ବୈଜ୍ଞାନିକଙ୍କ କହିବାନୁସାରେ ଓଟ କ୍ଷୀରକୁ ଯଦି ଠିକ୍‌ଭାବେ ରେଜିଫ୍ରିଜରେଟରରେ ରଖାଯାଏ ତେବେ ଏହା ୩ମାସ ପର୍ଯ୍ୟନ୍ତ ତାଜା ରହିଥାଏ।

ୟକ୍‌ କ୍ଷୀର:

ଲଦାଖ, ତିବ୍ଦତ ଭଳି ଅତ୍ୟଧିକ ଥଣ୍ଡା ସ୍ଥାନରେ ପାଳନ କରାଯାଉଥିବା ୟକ୍‌ର କ୍ଷୀରକୁ ବଟର ଟି ଭାବେ ପିଆଯାଏ। ଏହି କ୍ଷୀରର ସ୍ୱାଦ ଲୁଣି ଓ କ୍ରିମି ସୁପ୍‌ ଭଳି ହୋଇଥାଏ।

ଏହାସହ ପଢ଼ନ୍ତୁ: ରେଡ୍‌ ଓ୍ଵାଇନ୍‌ ପିଇବା ଶରୀର ପାଇଁ କେତେ ଲାଭକାରୀ? ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ

ମେଣ୍ଢା କ୍ଷୀର:

ଗାଈ କ୍ଷୀର ତୁଳନାରେ ମେଣ୍ଢା କ୍ଷୀର ଅଧିକ ମୋଟା ହୋଇଥାଏ। ଏହି କ୍ଷୀର ଫ୍ରେଞ୍ଚ ଖାଦ୍ୟ ତିଆରିରେ ବ୍ୟବହାର ହୋଇଥାଏ।

ସୋୟା ମିଲ୍କ:

କେବଳ ଜୀବଜନ୍ତୁଙ୍କ ନୁହେଁ ଗଛରୁ ମିଳୁଥିବା କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଖାଦ୍ୟଭାବେ ସୋୟା ମିଲ୍କକୁ ମଧ୍ୟ ବ୍ୟବହାର କରାଯାଉଛି। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍‌ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.