Below header

ସାନିଟାରୀ ନାପକିନ୍‌ ଯୋଗୁ ହୋଇପାରେ କ୍ୟାନସର, ଜାଣନ୍ତୁ ପ୍ୟାଡ୍‌ ଦ୍ୱାରା ଶରୀର ଉପରେ ପଡ଼ିଥାଏ କି କି କୁପ୍ରଭାବ

ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମାସିକ ଧର୍ମ। ୧୪-୧୫ ବର୍ଷ ବୟସରୁ ହିଁ ଝିଅଙ୍କଠାରେ ମାସିକ ଧର୍ମ ଆରମ୍ଭ ହୋଇଯାଏ। ଏହା ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ପୂର୍ବରୁ ସଚେତନତାର ଅଭାବରୁ ଝିଅମାନେ ଏହି ସମୟରେ ଘରକୋଣରେ ଲୁଚି ରହୁଥିଲେ ଓ ସାନିଟାରୀ ପ୍ୟାଡ୍‌ ବଦଳରେ କପଡ଼ା ବ୍ୟବହାର କରୁଥିଲେ। କିନ୍ତୁ ଧୀରେ ଧୀରେ ସମୟ ପରିବର୍ତ୍ତନ ହେବା ସହ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହେଲାଣି। ଲୋକମାନେ ନିଜ ସ୍ୱାସ୍ଥ୍ୟ ପାଇଁ ଏବେ ଅଧିକ ସଚେତନ ରହୁଛନ୍ତି। ମହିଳାମାନେ ଆଉ ଆଗ ଭଳି କପଡ଼ା ବା କୌଣସି ଅନ୍‌ ହାଇଜିନିକ୍‌ ଜିନିଷ ବ୍ୟବହାର କରିବା ପରିବର୍ତ୍ତେ ବଜାରରେ ମିଳୁଥିବା ସାନିଟାରୀ ପ୍ୟାଡ୍‌ ବ୍ୟବହାର କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ସାନିଟାରୀ ପ୍ୟାଡ୍‌ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଅଧିକ ସମୟ ଗୋଟିଏ ପ୍ୟାଡ୍‌ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା ସାନିଟାରୀ ପ୍ୟାଡ୍‌ ବ୍ୟବହାର ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡ଼ିଥାଏ…

ପ୍ରଭାବିତ ହୁଏ ଥାଇରଏଡ୍‌ ଗ୍ରନ୍ଥି:

ଆମେ ସମସ୍ତ ଜାଣନ୍ତି ଯେ ପ୍ୟାଡ୍‌ ତୁଳାରେ ତିଆରି ହୋଇଥାଏ। ଅନ୍ୟ ଫସଲ ଭଳି ତୁଳାରେ ମଧ୍ୟ ପୋକଜୋକ ନ ହେବା ପାଇଁ ବିଭିନ୍ନ ବିଷାକ୍ତ ସାର ବ୍ୟବହୃତ କରାଯାଏ। ଏହି ସାରର ବିଷାକ୍ତ ପ୍ରଭାବ ତୁଳାରେ ମଧ୍ୟ ରହିଥାଏ। ଯାହା ପ୍ୟାଡ୍‌ ମାଧ୍ୟମରେ ଶରୀର ସଂସ୍ପର୍ଶରେ ଆସିଥାଏ। ଫଳରେ ଶରୀରରେ ଥାଇରଏଡ୍‌ ଗ୍ରନ୍ଥି ପ୍ରଭାବିତ ହେବା ସହ ବାଞ୍ଝପଣ ଦେଖାଯିବା ଆଶଙ୍କା ରହିଛି।

ଗର୍ଭଧାରଣରେ ଦେଖାଦେଇପାରେ ସମସ୍ୟା:

ପ୍ୟାଡ୍‌ରେ ସୁଗନ୍ଧ ପାଇଁ ନ୍ୟୁଟ୍ରିଲାଇଜର ବା ଡିୟୋଡ୍ରେଣ୍ଟ ବ୍ୟବହାର କରାଯାଏ। ଏହି ରସାୟନ ଗର୍ଭାଶୟରେ ଭ୍ରୁଣର ବିକାଶରେ ପ୍ରତିବନ୍ଧକ ସାଜିଥାଏ। ଫଳରେ ଗର୍ଭଧାରଣରେ ସମସ୍ୟା ଦେଖାଦିଏ। କେବଳ ଏତିକି ନୁହେଁ ସୁଗନ୍ଧିତ ପ୍ୟାଡ୍‌ ଯୋଗୁ ତ୍ୱଚାରେ ଜ୍ୱଳନ ମଧ୍ୟ ହୋଇଥାଏ।

ଏହାସହ ପଢ଼ନ୍ତୁ: ଗାଈ କ୍ଷୀର ଠାରୁ ଲାଭଦାୟକ ହୋଇଥାଏ ଏହି ପଶୁମାନଙ୍କ କ୍ଷୀର, ଫାଇଦା ଏତେ ଯେ ଆଶ୍ଚର୍ଯ୍ୟ ହେବେ ଆପଣ

ଇନ୍‌ଫେକସନ୍‌ର ଡର ରହିଥାଏ:

ଅଧିକ ସମୟ ପ୍ୟାଡ୍‌ ବ୍ୟବହାର କରିବା ଦ୍ୱାରା ଶରୀରରେ ଇନ୍‌ଫେକସନ୍‌ ବା ସଂକ୍ରମଣର ଭୟ ରହିଥାଏ। ମାସିକ ଧର୍ମ ବେଳେ ପ୍ୟାଡ୍‌ ବ୍ୟବହାର କରିବା ଦ୍ୱାରା ଜଙ୍ଘ କଡ଼ ଛିଡ଼ିଯାଏ ଓ ପେଡ଼ାଜଳା ହୋଇଥାଏ। ଏଣୁ ମାସିକ ଧର୍ମ ପରେ ଯୌନାଙ୍ଗକୁ ପରିଷ୍କାର ଭାବେ ସଫା କରି ପୋଛିବା ଉଚିତ। ଡାକ୍ତରଙ୍କ କହିବାନୁସାରେ ଗୋଟିଏ ପ୍ୟାଡ୍‌କୁ ସର୍ବାଧିକ ୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିବା ସ୍ୱାସ୍ଥ୍ୟପକ୍ଷେ ହିତକର ହୋଇଥାଏ।

ହୋଇପାରେ କ୍ୟାନସର:

ମହିଳାମାନେ ବ୍ୟବହାର କରୁଥିବା ସାନିଟାରୀ ନାପକିନ୍‌ କ୍ୟାନସରର କାରଣ ସାଜିପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ପ୍ୟାଡ୍‌ରେ ବ୍ୟବହୃତ ହେଉଥିବା କେମିକାଲ ଶରୀରର ନିମ୍ନତ୍ୱଚା ସହ ରାସାୟନିକ ପ୍ରତିକ୍ରିୟା କରିଥାଏ। ଫଳରେ ଯୌନାଙ୍ଗରେ କ୍ୟାନସର ହେବା ଆଶଙ୍କା ବଢ଼ିଯାଏ। ଏଣୁ ପ୍ୟାଡ୍‌ ବ୍ୟବହାର କରିବା ପରେ ଯୌନାଙ୍ଗକୁ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.