ଢେଙ୍କାନାଳ(କେନ୍ଯୁଜ୍): ବାର୍ହା ଫାଶରେ ପଡ଼ି ଦନ୍ତାହାତୀର ମୃତ୍ୟୁ। ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗାଁ ନିକଟ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ଶିକାରୀମାନେ ବାର୍ହା ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ୍ ତାରରେ ଲାଗି ମୃତ୍ୟୁ ଆଶଙ୍କା କରାଯାଉଛି।
ପାଖରେ ତାର ବିଛାଯାଇଥିବା ଦେଖିବାକୁ ମିଳିଛି। ହିନ୍ଦୋଳ ଅଞ୍ଚଳରେ ବାରମ୍ବାର ଶିକାରୀମାନଙ୍କ ଯୋଗୁ ହାତୀ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି।