ଜଙ୍ଗଲରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ ପରେ ବି ପତ୍ତା ପାଉନି ବନବିଭାଗ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ପାଟଣା ବ୍ଲକ କୁମୁଳାବାହାଳି ଜଙ୍ଗଲରେ ମହାବଳ ବାଘ ବୁଲିବା ଘଟଣା । ଭିଡିଓ ଭାଇରାଲ ପରେ ବାଘର ପତ୍ତା ପାଉନି ବନବିଭାଗ । କୁମୁଳାବାହାଳି ଜଙ୍ଗଲରେ ବାଘ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଭିଡିଓ ଦେଖିବା ପରେ ଅଞ୍ଚଳରେ ଲୋକ ଆତଙ୍କିତ ହୋଇପଡିଥିଲେ। ଏନେଇ ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ଓ ଅନ୍ୟ କର୍ମଚାରୀ ଖୋଜାଖୋଜି କରିଥିଲେ ବି ସନ୍ଧାନ ମିଳୁନି । ଏପରିକି ବାଘର ପାଦଚିହ୍ନ ପଡିନଥିବା କହିଛି ବନବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.