Below header

ପ୍ରେମ ସମ୍ପର୍କକୁ ବଞ୍ଚାଇବାକୁ ଯାଇ ପ୍ରେମିକାର ଅଜବ ନିଷ୍ପତ୍ତି, ୪ଥର ଫେରାର ପରେ ଥାନାରେ ହେଲା ବିବାହ

ବିହାରର ରୋହତାସ ଜିଲ୍ଲାର ଡେହରୀ ଥାନାରେ ଧୁମଧାମରେ ହୋଇଛି ବିବାହ । ଏହି ବିବାହ ଥାନା ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଦେଖିବାକୁ ମିିଳିଛି । କିନ୍ତୁ ଦୋଷୀଙ୍କୁ ଦଣ୍ଡ ମିଳିବା ସ୍ଥାନରେ କାହିଁକି ବିବାହ ହେଲା, ଏହା ପଛରେ ଥିବା କାରଣକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତଣ୍ଡବା ଗାଁର ପ୍ରେମୀ ଅଭୟକାନ୍ତ ଏବଂ ପଡୁହାର ଗାଁର ପ୍ରେମିକା ପ୍ରିୟଙ୍କା ବହୁ ବର୍ଷରୁ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଏମାନଙ୍କ ପରିବାର ବର୍ଗ ଏହାକୁ ବିରୋଧ କରୁଥିଲେ । ଶେଷରେ ଝିଅଟି ମହିଳା ଥାନାରେ ଅଭିଯୋଗ କରିଥିଲା । ପରେ ଥାନାରୁ ପୁଅକୁ ଡକାହେଲା । ପୁଅ ଥାନାରେ ପହଞ୍ଚିଲା ପରେ ଉଭୟଙ୍କ ବିବାହ ପାଇଁ ନିଷ୍ପତ୍ତି ନିଆଗଲା । ଦୁହିଁଙ୍କ ସହମତିରେ ଥାନା ପରିସରରେ ବିବାହ ଅନୁଷ୍ଠିତ ହୋଇଥିଲା । ଥାନାରେ ବ୍ରାହ୍ମଣ ମନ୍ତ୍ର ପାଠ କରି ଉଭୟଙ୍କ ବିବାହ କରିଥିଲେ ।

biharr
pc: press wire 18

ମହିଳା ଥାନା ଅଧ୍ୟକ୍ଷ ମାଧୁରୀ କୁମାରୀ ଝିଅର ଅଭିଯୋଗ ଶୁଣି ଏଭଳି ନିଷ୍ପତ୍ତି ନେଇଥିବାର ଜଣାପଡିିଛି । ଖବରରୁ ଜଣା ପଡିଛି ଯେ, ଉଭୟ ପିଲାବେଳୁ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଘର ଲୋକ ରାଜି ନଥିଲେ । ଏଥିପାଇଁ ଝିଅ ଜଣକ ୪ଥର ଘର ଛାଡି ଚାଲିଯିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଶେଷରେ ଉଭୟ ପରିବାର ଲୋକଙ୍କ ବିରୁଦ୍ଧରେ ଯାଇ ଥାନା ପରିସରରେ ବିବାହ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.