ମାଲବାହୀ ଟ୍ରେନ୍ ଧକ୍କାରେ ଦନ୍ତାହାତୀ ମୃତ, ବନ ବିଭାଗ ତଦନ୍ତ ଜାରି

ହାତୀକୁ ଧକ୍କା ଦେଲା ଟ୍ରେନ। ରେଳ ଧାରଣା ପାର ହେଲା ବେଳେ ମାଲବାହୀ ଟ୍ରେନ ଧକ୍କା ହେବାରୁ ଦନ୍ତା ହାତୀର ମୃତ୍ୟୁ । ଯୋଡ଼ା - ଚମ୍ପୁଆ ରେଞ୍ଜ ବାମେବାରି ବିଟ୍ ଅନ୍ତର୍ଗତ ପଳାସ ନିକଟରେ ଦୁର୍ଘଟଣା । ଘଟଣା ସ୍ଥଳର ପହଞ୍ଚି ବନ ବିଭାଗ ତଦନ୍ତ କରିଛି ।

ଆନନ୍ଦପୁର (କେନ୍ୟୁଜ): ହାତୀକୁ ଧକ୍କା ଦେଲା ଟ୍ରେନ। ରେଳ ଧାରଣା ପାର ହେଲା ବେଳେ ମାଲବାହୀ ଟ୍ରେନ ଧକ୍କା ହେବାରୁ ଦନ୍ତା ହାତୀର ମୃତ୍ୟୁ । ଯୋଡ଼ା – ଚମ୍ପୁଆ ରେଞ୍ଜ ବାମେବାରି ବିଟ୍ ଅନ୍ତର୍ଗତ ପଳାସ ନିକଟରେ ଦୁର୍ଘଟଣା । ଘଟଣା ସ୍ଥଳର ପହଞ୍ଚି ବନ ବିଭାଗ ତଦନ୍ତ କରିଛି ।

ସୂଚନା ଅନୁଯାୟୀ ହାତୀପଲ ଟ୍ରେନ ଲାଇନ ପାର ହେଉଥିବା ବେଳେ ଦନ୍ତାକୁ ଏକ ମାଲ ଟ୍ରେନ ଧକ୍କା ଦେଇଥିଲା । ଦନ୍ତା ହାତୀଟି ଛିଟିକି ପଡି ଟ୍ରେନଲାଇନ ପାର୍ଶ୍ଵରେ ପଡିଥିବା ବେଳେ ତାର ମୃତ୍ୟୁ ହୋଇଛି। ତେବେ ଟ୍ରେନ୍‌ର ଅତ୍ୟଧିକ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳର ପହଞ୍ଚି ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.