କ୍ଷେତକୁ ଫସଲ ଖାଇବାକୁ ଆସି ଗାଡିଆରେ ଫସିଲା ହାତୀ

ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ସାନ ଦମକୁଡ଼ା ଭଦ୍ରାପଡ଼ା ନିକଟ କ୍ଷେତକୁ ହାତୀଟି ଫସଲ ଖାଇବାକୁ ଆସିଥିଲା । ହେଲେ ଦୁର୍ଭାଗ୍ୟବଶତଃ କ୍ଷେତରେ ଖୋଳାଯାଇଥିବା ଗାଡ଼ିଆରେ ଦନ୍ତା ହାତୀଟି ପଡ଼ି ଯାଇଥିଲା । ତେବେ ଦନ୍ତା ହାତୀଟି ଗାଡ଼ିଆରେ ରାତିରେ ଫସିରହିଥିବା ସନ୍ଦେହ କରାଯାଉଛି ।

ସୁନ୍ଦରଗଡ଼: ଦିନକୁ ଦିନ ଥମିବାର ନାଁ ନେଉନି ହାତୀ ଉପଦ୍ରବ । ସବୁ ସ୍ଥାନରେ ଆତଙ୍କ ଖେଳାଇଛନ୍ତି ହାତୀ। ନଷ୍ଟ କରୁଛନ୍ତି ଫସଲ । ପୁଣି ଗୋଟିଏ ହାତୀ ଫସଲ ଖାଇବାକୁ ଆସି ବିପଦ ମୁଖରେ ପଡ଼ିଛି ।

ସୁଚନାମୁତାବକ୍‌, ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ସାନ ଦମକୁଡ଼ା ଭଦ୍ରାପଡ଼ା ନିକଟ କ୍ଷେତକୁ ହାତୀଟି ଫସଲ ଖାଇବାକୁ ଆସିଥିଲା । ହେଲେ ଦୁର୍ଭାଗ୍ୟବଶତଃ କ୍ଷେତରେ ଖୋଳାଯାଇଥିବା ଗାଡ଼ିଆରେ ଦନ୍ତା ହାତୀଟି ପଡ଼ି ଯାଇଥିଲା । ତେବେ ଦନ୍ତା ହାତୀଟି ଗାଡ଼ିଆରେ ରାତିରେ ଫସିରହିଥିବା ସନ୍ଦେହ କରାଯାଉଛି । କ୍ଷେତକୁ ଫସଲ ଖାଇବାକୁ ଆସି ଗାଡିଆ ରେ ପଡିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଏନେଇ ସ୍ଥାନୀୟ ଲୋକଙ୍କ ସହାୟତା ରେ ବନ ବିଭାଗ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.