ତେଲଙ୍ଗାନାରେ କଂଗ୍ରେସ ବାଜି ମାରିଲା କେମିତି

କୁହାଯାଏ କି ରାଜନୀତିରେ ବେଳେ ବେଳେ ପୂର୍ବରୁ କିଛି ଆକଳନ କରିବା ମୁସ୍କିଲ ହୋଇଯାଏ । ଯାହା ଆକଳନ ହୋଇଥାଏ ଠିକଣା ବେଳକୁ ତାହା ପଲଟିଯାଏ । ଏଇ ଯେମିତି ଆଜି ତେଳଙ୍ଗାନା କଥା ଦେଖଇବା । ଏଠି ବିଧାନସଭା ନିର୍ବାଚନରେ ବାଜି ମାରିନେଲା କଂଗ୍ରେସ ।

କୁହାଯାଏ କି ରାଜନୀତିରେ ବେଳେ ବେଳେ ପୂର୍ବରୁ କିଛି ଆକଳନ କରିବା ମୁସ୍କିଲ ହୋଇଯାଏ । ଯାହା ଆକଳନ ହୋଇଥାଏ ଠିକଣା ବେଳକୁ ତାହା ପଲଟିଯାଏ । ଏଇ ଯେମିତି ଆଜି ତେଳଙ୍ଗାନା କଥା ଦେଖଇବା । ଏଠି ବିଧାନସଭା ନିର୍ବାଚନରେ ବାଜି ମାରିନେଲା କଂଗ୍ରେସ । ଜଳକା ଭଳି ଚାହିଁ ରହିଲେ ବିଜେପି ଓ ବିଆରଏସ୍‌ । ତେବେ ଏହା ପଛରେ କାରଣ କଣ ରହିଲା ଆସନ୍ତା ନଜର ପକାଇବା କେତୋଟି ମୁଖ୍ୟ କଥା ଉପରେ ।

୧-ବିଜେପି ନେତା ବନ୍ଦି ସଞ୍ଜୟ କୁମାର ଦଳର ଦାୟିତ୍ୱ ନେଇଥିଲେ । ସେ ଅତି କମ୍‌ରେ ୪୦ଟି ଆସନରେ ଦଳ ଜିତିବ ବୋଲି ଦାବି କରୁଥିଲେ । ସେ ପୂରା ଦମ୍‌ରେ ତୃଣମୂଳ ସ୍ତରରୁ ପ୍ରସ୍ତୁତି ମଧ୍ୟ କରିଥିଲେ । ପୌର ନିର୍ବାଚନରେ ସଞ୍ଜୟଙ୍କ ଯୋଗୁଁ ଦଳ ୧୫୦ ଆସନରୁ ୪୮ଟି ଜିତିଥିଲା । ସେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ବିଜେପି ସପକ୍ଷରେ ଜନମତକୁ ଢଲାଇଥିଲେ । ହେଲେ ଶେଷ ଆଡ଼କୁ ଦଳ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବିର ହଟାଇ ନିଜ ପାଇଁ ବିପଦ ସୃଷ୍ଟି କରିଥିଲା ।

୨-ସେପଟେ ବିଜେପିରୁ ବାହାରି ଆସିଥିବା ରେବନ୍ତ ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଥିଲେ । ଯିଏକି ବିଜେପି ବିରୋଧରେ ରଣନୀତି କରି କଂଗ୍ରେସକୁ ଶକ୍ତିଶାଳୀ କରିଥିଲେ । ଏହି ଯୁବ ନେତାଙ୍କୁ କଂଗ୍ରେସ ମଧ୍ୟ ବେଶ୍‌ ଗୁରୁତ୍ୱ ଦେଇଥିଲା ।

୩-କୁହାଯାଉଥିଲା କି ବିଜେପି ଓ ବିଆରଏସ୍‌ ମଧ୍ୟରେ ଭିତିରି ବୁଝାମଣା ରହିଥିଲା । ହଏତ ଏହା ମଧ୍ୟ ଉଭୟ ଦଳ ପାଇଁ ବୁମେରାଂ ହୋଇଛି ।
ଏଭଳି କିଛି ବଡ଼ କାରଣ କଂଗ୍ରେସକୁ ଜିତାଇବାରେ ସହାୟକ ହୋଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.