ରାଜସ୍ଥାନରେ ବିଜେପି ଗଢ଼ିବ ସରକାର, ମହିଳାଙ୍କ ଉପରେ ଫୋକସ ଥିଲା ବିଜୟର ବଡ କାରଣ

ରାଜସ୍ଥାନରେ ବିଜେପି ବହୁ ମତ ପାଇ ସରକାର ଗଠନ କରିବାକୁ ଯାଉଛି | ଏଠାରେ ମୋଟା 199 ଆସନରୁ ବିଜେପି 117, କଂଗ୍ରେସ 67 ଓ ଅନ୍ୟାନ୍ୟ 15 ଆସନରେ ଆଗୁଆ ଥିବା ବେଳେ ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଛି | ଆସନ୍ତୁ ଜାଣିବା ଆଉ କଣ କାରଣ ରହିଛି ବିଜେପି ସପକ୍ଷରେ ଜନାଦେଶ ହେବାର |

ରାଜସ୍ଥାନରେ ବିଜେପି ବହୁ ମତ ପାଇ ସରକାର ଗଠନ କରିବାକୁ ଯାଉଛି | ଏଠାରେ ମୋଟା 199 ଆସନରୁ ବିଜେପି 117, କଂଗ୍ରେସ 67 ଓ ଅନ୍ୟାନ୍ୟ 15 ଆସନରେ ଆଗୁଆ ଥିବା ବେଳେ ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଛି | ତେବେ ଏଠାରେ ବିଜେପି ଶାସନକୁ ଆସିବାରେ କେବଳ ମୋଦି ମ୍ୟାକିକ ଯେ କାମ କରିଛି ତାହା ନୁହେଁ, ମହିଳା କାର୍ଡ ବିଶେଷ କାମ କରିଥିବା ଦେଖାଯାଇଛି | ଆସନ୍ତୁ ଜାଣିବା ଆଉ କଣ କାରଣ ରହିଛି ବିଜେପି ସପକ୍ଷରେ ଜନାଦେଶ ହେବାର |

ରାଜସ୍ଥାନରେ ବିଜେପି କ୍ଷମତା ଫେରି ପାଇବାକୁ ମହିଳାଙ୍କ ଉପରେ ଫୋକସ କରିଥିଲା। ବିଜେପି ଜାରି କରିଥିବା ସଂକଳ୍ପରେ ସବୁ ଜିଲ୍ଲାରେ ମହିଳା ଥାନା ଓ ମହିଳା ଡେସ୍କ, ମହିଳା ନିର୍ଯାତନା ରୋକିବାକୁ ସବୁ ସହରରେ ଆଣ୍ଟି ରୋମିଓ ସ୍କ୍ବାଡ୍ କରିବ ବୋଲି କହିଥିଲା ।

ନବଜାତ ଶିଶୁ କନ୍ୟାଙ୍କ ଲାଗି ଲାଡୋ ପ୍ରତ୍ସାହନ ଯୋଜନା, ନବଜାତ ଶିଶୁ କନ୍ୟାଙ୍କୁ ୨ ଲକ୍ଷ ଟଙ୍କାର ସେଭିଂ ବଣ୍ଡ, ମାତୃତ୍ବ ବନ୍ଦନା ଯୋଜନାରେ ଅର୍ଥରାଶି ୫ ହଜାରରୁ ୮ ହଜାର ଟଙ୍କାକୁ ବୃଦ୍ଧି, ଦ୍ବାଦଶରେ ମେରିଟ୍ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କରେ ସ୍କୁଟର ଦେବାକୁ ପ୍ରତିଶ୍ରୁତି ଭୋଟରଙ୍କ ହୃଦୟକୁ ଛୁଇଁଛି । ସେହିପରି କଂଗ୍ରେସ ଅନ୍ତର୍ଦ୍ବନ୍ଦ୍ବର ଫାଇଦା ବିଜେପି ନେଲା । କଂଗ୍ରେସର ଦୁଇ ବଡ଼ ଚେହେରା ଗେହଲଟ୍-ପାଇଲଟ୍ ମତଭେଦ ଯୋଗୁ କଂଗ୍ରେସ ଭୋଟରଙ୍କ ବିଶ୍ବାସ ହରାଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.