ପୋଖରୀରେ ଫସିଲା ହାତୀଛୁଆ, ବନ ବିଭାଗ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ

କଳାହାଣ୍ଡି(କେନ୍ୟୁଜ୍): ପୋଖରୀରେ ଫସିଲା ହାତୀଛୁଆ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ରେଞ୍ଜ ଡୁଙ୍ଗୁରି ଜଙ୍ଗଲକୁ ହାତୀପଲ ଆସିଥିବା ବେଳେ ଗୋଟିଏ ହାତୀ ଫସିଯାଇଛି । ଖରଡ଼ିଆ ପଡ଼ାରେ ବନ ବିଭାଗ ପକ୍ଷରୁ ଖୋଳା ଯାଇଥିବା ପୋଖରୀରେ ଛୁଆ ହାତୀଟି ଖସି ପଡ଼ିଛି ।

ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ ଟିମ୍‌ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସନ୍ଧ୍ୟା ହେଲେ ହାତୀପଲ ଗାଁ ମୁହାଁ ହେଉଛନ୍ତି । ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗି ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.