ଦୀପାବଳିରେ ଅଫିସ ଏବଂ ଘରେ କିପରି କରିବେ ମା’ ଲକ୍ଷ୍ମୀଙ୍କ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଆଲୋକର ପର୍ବ ଦୀପାବଳି ଆଜି ସମସ୍ତେ ପାଳନ କରୁଛନ୍ତି। କାର୍ତ୍ତିକ ମାସ କୃଷ୍ଣ ପକ୍ଷର ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ। ଅନ୍ଧାର ଉପରେ ଆଲୋକର ବିଜୟ ହେଉଛି ଦୀପାବଳି ପର୍ବ । ଦୀପାବଳିରେ ଲୋକ ଘର, ଦୋକାନ, ଅଫିସ, ମା’ ଲକ୍ଷ୍ମୀ-ଗଣେଶ, ମା’ ମହାକାଳୀ, ମା ସରସ୍ୱତୀଙ୍କ ପୂଜା କରିଥାନ୍ତି।

ମା’ ଲକ୍ଷ୍ମୀଙ୍କ ପୂଜା ପ୍ରଦୋଷ କାଳ ଏବଂ ମଧ୍ୟରାତ୍ରିର ସ୍ଥିର ଲଗ୍ନରେ କରିବା ବହୁତ ଶୁଭ ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଧିବଧ ଭାବେ ପୂଜା କରିବା ବହୁତ ଜରୁରୀ ହୋଇଥାଏ। ତେବେ କେତେ ବେଳେ ଲକ୍ଷ୍ମୀ ପୂଜା କରିବା ଉଚିତ, ଜାଣନ୍ତୁ..

କାର୍ତ୍ତିକ ଅମାବାସ୍ୟା ତିଥି ଆରମ୍ଭ : ୨୪ ଅକ୍ଟୋବର ସନ୍ଧ୍ୟା ୫.୨୭ ମିନିଟ୍‌
କାର୍ତ୍ତିକ ଅମାବାସ୍ୟା ତିଥି ଶେଷ : ୨୫ ଅକ୍ଟୋବର ସନ୍ଧ୍ୟା ୪.୧୮ ମିନିଟ୍‌

ଲକ୍ଷ୍ମୀ ପୂଜା ପ୍ରଦୋଷ କାଳ : ସନ୍ଧ୍ୟା ୭.୦୨ ମିନିଟ୍‌ରୁ –୮.୨୩ ମିନିଟ୍‌।
ଲକ୍ଷ୍ମୀ ପୂଜା ନିଶିତ କାଳ ମୁହୂର୍ତ୍ତ : ୨୪ ଅକ୍ଟୋବର, ରାତି ୧୧.୪୬ ମିନିଟ୍‌ ରୁ ୨୫ ଅକ୍ଟୋବର ୧୨.୩୭ ।

ଲକ୍ଷ୍ମୀ ପୂଜା କରିବାର ଶୁଭ ସମୟ :

ପ୍ରଦୋଷ କାଳ : ୫.୫୦ରୁ ୮.୨୩ ମିନିଟ୍‌
ବୃଷଭ କାଳ : ୭.୦୨ ମିନିଟରୁ ୮.୫୮ ମିନିଟ୍‌।

ଅପରାହ୍ନ ମୁହୂର୍ତ୍ତ : ୫.୨୭ ମିନିଟ୍‌ରୁ ୫.୫୦ ମିନିଟ୍‌
ସନ୍ଧ୍ୟା ମୁହୂର୍ତ୍ତ : ୫.୫୦ ମିନିଟ୍‌ରୁ ୭.୨୬ ମିନିଟ୍‌
ରାତ୍ରି ମୁହୂର୍ତ୍ତ: ୧୦.୩୬ ମିନିଟରୁ ୧୨.୧୧ ରାତି

ଦୀପାବଳି ପୂଜା ସାମଗ୍ରୀ : ରୋଲି, ସିନ୍ଦୁର, ଅଷ୍ଟଗନ୍ଧ, ଅକ୍ଷତ, ଲକ୍ଷ୍ମୀ ଗଣେଶ ମୂର୍ତ୍ତି କିମ୍ବା ଫଟୋ।

ପୂଜା ପାଇଁ ପିଢା, ଲାଲ କପଡା, ପାନ, ଗୁଆ, ପଞ୍ଚାମୃତ, ହଳଦୀ, ସଳିତା, ନାଲି ସୂତା, ନଡିଆ, ଗଙ୍ଗାଜଳ, ଫଳ, ଫୁଲ, ପଦ୍ମ, କଳସ, ଆମ୍ବ ପତ୍ର, ମୌଲୀ, ଦୁବ, କର୍ପୁର, ଦକ୍ଷିଣା, ଧୂପ, ଦୀପ, ଗହମ.. ଅନ୍ୟାନ୍ୟ।
ଦୀପାବଳିରେ ଦୋକାନ ଏବଂ ଅଫିସରେ କେମିତି କରିବେ ପୂଜା : ଦୀପାବଳି ରାତିରେ ମା’ ଲକ୍ଷ୍ମୀ ସ୍ୱର୍ଗଲୋକରୁ ପୃଥିବୀ ପୃଷ୍ଠକୁ ଆସନ୍ତି। ଘରେ ଘରେ ବିଚରଣ କରନ୍ତି। ଦୀପାବଳି ଦିନ ଅଫିସ ଏବଂ ଦୋକାନକୁ ଭଲ ଭାବେ ସଫା କରି, କାର୍ଯ୍ୟସ୍ଥଳରେ ଫୁଲ, ଲାଇଟ୍‌, ରଙ୍ଗୋଲି ସଜାଯାଇଥାଏ। ଦୋକାନ କିମ୍ବା ଅଫିସରେ ପୂଜା କରିବା ସମୟରେ ଦେବୀ ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତିକୁ ପୂଜା କରିବା ଜରୁରୀ। ଗଣେଶ ଏବଂ ଲକ୍ଷ୍ମୀଙ୍କୁ ଅଷ୍ଟଗନ୍ଧ, ଫୁଲ, ମିଠା, ଫଳ ଅର୍ପଣ କରି ପୂଜା କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.