୫ ଦିନ ପରେ ଘରକୁ ଫେରିଲା ନିଖୋଜ ପୁଅ, ମାଆର ଖୁସି କହିଲେ ନସରେ

ଗଞ୍ଜାମ(କେନ୍ୟୁଜ୍): ମାଆ କୋଳକୁ ଫେରିଲା ନାରାୟଣ। ଗତ ୫ ଦିନ ପରେ ଘରକୁ ଫେରିଲା ନିଖୋଜ ପୁଅ। ଗଞ୍ଜାମରୁ ନିଖୋଜ ହୋଇ ପୁରୀରୁ ଉଦ୍ଧାର ହୋଇଛନ୍ତି। ଗତକାଲି ରାତିରେ ନାରାୟଣ ପୁରୀ ସିଂହଦ୍ୱାର ସୂଚନା କେନ୍ଦ୍ରରୁ ମାଆଙ୍କୁ ଫୋନ୍ କରିଥିଲେ। ପୁଅର ଫୋନ୍ ପାଇବା ପରେ ଘର ଲୋକ ପୁରୀ ଯାଇ ପୁଅକୁ ଘରକୁ ଆଣୁଛନ୍ତି। ଗଞ୍ଜାମ ଜିଲ୍ଲା ହି଼ଂଜିଳିକାଟୁ ଅଞ୍ଚଳର ନାରାୟଣ ପାଣିଗ୍ରାହୀ ଗତ ୧୯ ତାରିଖରେ ସ୍କୁଲକୁ ଯିବାକୁ କହି ଘରୁ ଯାଇଥିଲେ। ମାଟ୍ରିକ ପରୀକ୍ଷା ପାସ୍ ହେବା ଆଶା ଛାଡି ଏକ ଚିଠି ଲେଖି ଘରୁ ଚାଲିଯାଇଥିଲେ। ଏନେଇ ପରିବାରଲୋକେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତଦନ୍ତ।