ଆନନ୍ଦପୁର: ଟୁଲୁକପଦା ଗାଁ ନିକଟରେ ମାଇହାତୀର ମୃତଦେହ ଠାବ

ଆନନ୍ଦପୁର(କେନ୍ୟୁଜ୍): ତେଲକୋଇ ବନାଞ୍ଚଳ କାଳିଆହତା ଫରେଷ୍ଟ ବିଟ କଳାପାଟ ସଂରକ୍ଷିତ ଜଙ୍ଗଲ ଟୁଲୁକପଦା ଗାଁ ନିକଟରେ ଏକ ମାଇହାତୀର ମୃତଦେହ ଠାବ । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଆଜି ଟୁଲୁକପଦା ଗ୍ରାମର କିଛି ଲୋକ ଜଙ୍ଗଳକୁ ଯାଇଥିବା ବେଳେ ସେଠି ଏକ ମାଈ ହାତୀ ମରିପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ବନ ବିଭାଗର ସ୍ଥାନୀୟ କର୍ମଚାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ କେନ୍ଦୁଝର ଡ଼ିଏଫଓ ଓ ସାଇଣ୍ଟିଫିକ ଟିମ ପହଞ୍ଚିଥିବା ସୂଚନା ରହିଛି ।

ଗତକାଲିଠୁ ହାତୀଟିର ମୃତ୍ୟୁ ହୋଉଥିବା ଅନୁମାନ କରାଯାଉଛି । କିଛି ଦିନ ଧରି ଏକ ହାତୀପଲ ଏହି ଅଞ୍ଚଳରେ ରହିଥିଲେ । ତେବେ ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ମୃତ୍ୟୁର କାରଣ ଖୋଜୁଛି ଜଙ୍ଗଲ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.