ଆଜି ସମବାୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ, ସମ୍ବେଦନଶୀଳ ବୁଥରେ ଶସସ୍ତ୍ର ପୋଲିସ୍ ମୁତୟନ

ଭୁବନେଶ୍ୱର(କେନ୍ୟୁଜ): ଆଜି ସମବାୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୩ ହଜାର ୧୨ ପ୍ରାଥମିକ ସମବାୟ ସମିତିରୁ ୨୩୬୯ ସମବାୟ ସମିତିରେ ନିର୍ବାଚନ ହେବ ନାହିଁ । ସେଠି ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବାକି ୬୪୩ ସମବାୟ ସମିତିରେ ଭୋଟ ଗ୍ରହଣ ହେବ । ୧୫୫ଟି ସମ୍ବେଦନଶୀଳ ବୁଥ ରହିଛି । ଏହି ବୁଥ ଗୁଡିକରେ ଶସସ୍ତ୍ର ପୋଲିସ ବାହିନୀର ବ୍ୟବସ୍ଥା କରାଯାଇଛି।

ଅତି ସମ୍ବେଦନଶୀଳ ବୁଥରେ ADM, ସବ କଲେକ୍ଟରମାଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନରେ ୧୯ ଜଣ ଉପନିବନ୍ଧକ, ୫୮ ଜଣ ସହକାରୀ ନିବନ୍ଧକ ନିୟୋଜିତ ହୋଇଛନ୍ତି । ୩ ଲକ୍ଷ ୮୫ ହଜାର ୪୮ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ସକାଳ ୭ ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.