Below header

ଘୁମୁସର ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରେ ହାତୀର ମୃତ୍ୟୁ

ସକାଳେ ଏକା ଏକା ବୁଲୁଥିଲା । ମଧ୍ୟାହ୍ନରେ ଆଖି ବୁଜିଲା, ଦନ୍ତା ହାତୀ ।

ଭଞ୍ଜନଗର : ସକାଳେ ଏକା ଏକା ବୁଲୁଥିଲା । ମଧ୍ୟାହ୍ନରେ ଆଖି ବୁଜିଲା, ଦନ୍ତା ହାତୀ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ବେରୁହାଁବାଡି ଗାଁକୁ ଲାଗିରହିଥିବା ଚନ୍ଦ୍ରଗିରି ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି । ଆଜି ସକାଳେ , ହାତୀଟି ଗାଁକୁ ଲାଗିରହିଥିବା ଜଳାଶୟରେ ଦୀର୍ଘ ସମୟଧରି ଧରି ଠିଆହୋଇ ରହିଥିଲା ।

ବନବିଭାଗ ମଧ୍ୟ ଦୀର୍ଘ ସମୟ ଧରି ହାତୀକୁ ଜଗି ରହିଥିଲେ । କିଛି ସମୟ ପରେ , ହାତୀଟି ନିକଟସ୍ଥ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିଲା । ପରେ ପରେ ଜଙ୍ଗଲ ଭିତରେ ହାତୀଟିର ମୃତ୍ୟୁ ହୋଇଥିଲା । ତେବେ ଅସୁସ୍ଥତା କାରଣରୁ ହାତୀଟିର ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିବା, ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଆସନ୍ତାକାଲି  ମୃତ ହାତୀର ବ୍ୟବଛେଦ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.