ଆମ ମୁଣ୍ଡରେ ବାପା ମାଆଙ୍କ ହାତ ନାହିଁ, କେମିତି ଏବେ ପଢ଼ିବୁ ଆଉ ଜୀବନ ଜିଇଁବୁ

ଉଜୁଡି ଯାଇଛି ପରିବାର, ଯେଉଁ ଲୋକ ଏହି ଅଟୋ ଚଳାଇ ପରିବାର ପୋଷୁଥିଲା ସେ ଆଉ ନାହାନ୍ତି, ପଡି ରହିଛି ଅଟୋ, ଅନାଥ ହୋଇଯାଇଛନ୍ତି ଦୁଇଟି କୋମଳ ଶିଶୁ ।

ଜଗତସିଂହପୁର (କେନ୍ୟୁଜ) : ଅଟୋ ଚକ ଅଟକି ଯାଇଛି , ମିଟର କଣ୍ଟା ବନ୍ଦ ହୋଇଯାଇଛି ,ନିଷ୍ତେଜ ହୋଇ ଯାଇଛି ଅଟୋ । ଅଟୋରେ ଲେଖା ହୋଇଛି ଅନନ୍ୟା ଓମ୍‌ । କିନ୍ତୁ ଏହାକୁ ଲେଖିଥିବା ମଣିଷ ନାହିଁ କି ଏ ଅଟୋର ମାଲିକ ଆଜି ନାହାଁନ୍ତି । ଉଜୁଡି ଯାଇଛି ପରିବାର, ଯେଉଁ ଲୋକ ଏହି ଅଟୋ ଚଳାଇ ପରିବାର ପୋଷୁଥିଲା ସେ ଆଉ ନାହାନ୍ତି, ପଡି ରହିଛି ଅଟୋ, ଅନାଥ ହୋଇଯାଇଛନ୍ତି ଦୁଇଟି କୋମଳ ଶିଶୁ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରୁଣାବସନ୍ତ ପଂଚାୟତର ବାଲଂଶା ଗାଁରେ । ବାପା ମାଆ ଛେଉଣ୍ଡ ଅନନ୍ୟା ଓ ଓମ୍‌ ଦୁହେଁ ଭାଇ ଭଉଣୀ । ଗିରିଧାରୀ ମଲ୍ଲିକ ଓ ତାଙ୍କ ପତ୍ନୀ ବପୀନା ମଲ୍ଲୀକ ଏବଂ ତାଙ୍କର ଦୁଇ ପିଲାଙ୍କୁ ନେଇ ହସ ଖୁସିରେ ଚାଲୁଥିଲା ପରିବାର । ତିନି ବର୍ଷ ତଳେ ୨୦୨୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରୋନାରେ ମା ବାପିନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଗତ ମାସ ଫେବ୍ରୁଆରୀ ୨୬ ତାରିଖରେ ବାପା ଗିରିଧାରୀ ବ୍ରେନ ଷ୍ଟ୍ରୋକରେ ମୃତ୍ୟୁ ବରଣ କରିଛନ୍ତି । ୧୨ ବର୍ଷର ପୁଅ ଓମ୍‌ ଓ ୧୭ ବର୍ଷର ଝିଅ ଅନନ୍ୟା ବାପା ମାଆ ଛେଉଣ୍ଡ ହୋଇ ଏବେ ଅନାଥ ହୋଇ ଯାଇଛନ୍ତି ।

ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ଅନ୍ୟ ମାନଙ୍କ ପାଖରେ ହାତ ପତେଇବାକୁ ପଡୁଛି । ଏବେ ଦୁଇ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତ ଆଡକୁ ଠେଲି ହୋଇ ଯାଉଛି । ପିତା ମାତାଙ୍କ ବିୟୋଗ ପରେ ବର୍ତ୍ତମାନ ଭାଇ ଭଉଣୀ ଦୁଇ ଜଣ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି, ଆଉ ଏମାନଙ୍କ ଲିଭି ଯାଉଥିବା ଦୀପର ଏକମାତ୍ର ଆଲୋକ ସାଜିଛନ୍ତି ବୁଢ଼ି ମାଆ । ସେ ବି ବସିକି ଉଠି ପାରୁନାହାଁନ୍ତି, ତାଙ୍କ ଅବସ୍ଥା ବି ଭାରି ଖରାପ । ଅସହାୟ ରୋଗୀଣା ବୁଢ଼ୀ ମା ଦୁଇ ପିଲାଙ୍କୁ ପାଳିବା ପୋଷିବା ଏବେ କଷ୍ଟ କର ହୋଇପଡିଛି ।

ବାପା ମା ଛେଉଣ୍ଡ ଓମ୍‌ ନିଜ ଗାଁ ନିକଟସ୍ଥ ଦେଉଳି ସାହି ସିଧେଶ୍ୱରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଭଉଣୀ ଅନନ୍ୟା ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ୁଛନ୍ତି । ପାଠ ପଢିବା ପାଇଁ ଦୁହିଁଙ୍କର ବହୁତ ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ଅନାଟନ ଯୋଗୁଁ ପାଠ ପଢି ପାରୁନାହାଁନ୍ତି । ମାଆ ଚାଲିଯିବା ପରେ ବାପା ଏକ ଅଟୋ ଚଲାଇ ଯାହା ଦୁଇ ପଇସା ରୋଜଗାର କରନ୍ତି ସେଥିରେ ଦୁଃଖେ କଷ୍ଟେ ଚଳି ଯାଉଥିଲା ପରିବାର । କିନ୍ତୁ ଏଇ ମାସକ ତଳେ ବ୍ରେନ ଷ୍ଟ୍ରୋକରେ ବାପା ଚାଲିଯିବା ପରେ ଦୁଇ ଅନାଥ ପିଲା ଆଈ ପାଖରେ ଆଶ୍ରୟ ନେଇଛନ୍ତି, ରୋଜଗାର କହିଲେ କିଛି ନାହିଁ , ସରକାର ଙ୍କ ପକ୍ଷରୁ ମିଳୁଥିବା ଚାଉଳ ବ୍ୟତୀତ ଆଉ କିଛି ନାହିଁ , ବହୁ କଷ୍ଟରେ ପରିବାର ଚାଲୁଥିବା ବେଳେ ପାଠ ପଢାରେ ଡୋରି ବନ୍ଧା ହେବାକୁ ଯାଉଛି ।

ଗିରିଧାରୀ ଅଟୋ ଚଳାଇ ଯାହା ରୋଜଗାର କରୁଥିଲେ ପରିବାର ଗୁଜୁରାଣ ମେଣ୍ଟାଇବା ସହିତ ଦୁଇ ପିଲାଙ୍କୁ ଅତି କଷ୍ଟ ରେ ପାଠ ପଢ଼ାଉଥିଲେ , ସେ ଚାଲିଯିବା ପରେ ପିଲା ଦୁହିଁଙ୍କ ମୁଣ୍ଡ ଉପରେ କଳା ବାଦଲ ଘୋଟି ଆସିଲା, ଏବେ ବୟସର ଅପରାହ୍ନରେ ୭୬ ବର୍ଷୀୟ। ଆଈ ଦୁଇ ପିଲା ଙ୍କ ସାହା ଭରସା ,ଗ୍ରାମବାସୀ ଙ୍କ ଠାରୁ ମାଗି ଯାଚି ଯାହା ଆଣନ୍ତି ସେଥିରେ କଷ୍ଟେ ମଷ୍ଟେ ଚାଲିଯାଉ ଛନ୍ତି , ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ରୁ ସରକାରୀ ସ୍ତରରେ ଯାହା ସହାୟତା ମିଳିବ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ତେବେ ଦୁଇ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯିବା ପୂର୍ବରୁ ଏ ଭଳି ଦୁର୍ଦ୍ଦିନ ସମୟରେ ସେମାନଙ୍କୁ ସରକାରୀ ଦେଉ ବା ବେସରକାରୀ ସ୍ତରରେ ସହାୟତା ର ହାତ ବଢ଼ାଇବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି,ଯଦି କେହି ସହୃଦୟ ବ୍ୟକ୍ତି ସେମାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ଠିକଣା ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀରେ ସାହାଯ୍ୟ କରିବାକୁ ଅନୁରୋଧ ।

ଠିକଣା – ଓସି ଦେଇ, ଗ୍ରାମ-ବାଲାଂସା, ପୋଷ୍ଟ-ପୁରୁଣାବସନ୍ତ, ଭାୟା-ନାଲିବାର, ଜିଲ୍ଲା-ଜଗତସିଂହପୁର, ପିନ୍‌ – ୭୫୪୧୦୪ ଏବଂ ମୋବାଇଲ ନମ୍ବର – ୯୫୮୩୫୯୭୦୦୯
ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ
ରଖୁନାଥପୁର ବ୍ରାଞ୍ଚ୍‌
ନାମ : ଅନନ୍ୟା ମଲ୍ଲିକ
ଆକାଉଣ୍ଟ ନମ୍ବର – ୩୮୬୩୪୯୯୫୯୩୧୮
ଆଇଏଫଏସସି କୋଡ୍‌ – SBIN0010017,
ଏମଆଇସିଆର -704002527

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.