ପୁଣି ବିପଦରେ ଗଜରାଜ୍, ଯୋଡ଼ାରେ ଟ୍ରେନ ଧକ୍କାରେ ମାଈ ହାତୀ ସହ ୨ ଛୁଆ ହାତୀ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): ଟ୍ରେନ ଧକ୍କାରେ ମାଈ ହାତୀ ସହ ୨ ଛୁଆ ହାତୀ ଗୁରୁତର । କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଦୁର୍ଘଟଣା ଘଟିଛି । ଦକ୍ଷିଣ ପୂର୍ବ ରେଳବାଇ, ବାଂଶପାଣୀ – ଜୁରୁଡ଼ି ରେଳପଥର ୪୦୪ ନଂ ପିଲ୍ଲାର ନିକଟରେ ଏକ ଗୁଡ୍ସ ଟ୍ରେନ ହାତୀପଲକୁ ଧକ୍କା ଦେଇଥିବା ସୂଚନା ମିଳିଛି ।

ଏକ ୧୯ ଟିକିଆ ହାତୀପଲ ବୈତରଣୀ ସଂରକ୍ଷିତ ଜଙ୍ଗଲ ଦେଇ ଯାଉଥିବା ବେଳେ ରେଳ ଧାରଣା ପାରି ହେଉଥିଲେ । ଏହି ସମୟରେ ବାଂଶପାଣୀ-ଜୁରୁଡ଼ି ରୁଟ୍‌ରେ ଯାଉଥିବା ଏକ ଖାଲି ଗୁଡ୍ସ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା । ଘଟଣା ଜଣାପଡିବା ପରେ ବନବିଭାଗର ଅଧିକାରୀ ଓ ରେଳବାଇର ରେସକ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.