Below header

ମାଆ କୋଳରୁ ଛଡ଼ାଇ ନେଇ ଦଳି ଦେଲା ହାତୀ

କେନ୍ଦୁଝର : ପରିବାର ଲୋକଙ୍କ ଆଗରେ ହାତୀ ତଳେ କଚାଡି ମାରିଲା ୯ ବର୍ଷର ବାଳକକୁ। କେନ୍ଦୁଝର ଭୂୟାଁ ଜୁଆଙ୍ଗପିଢ ବନାଞ୍ଚଳର ଖୁଣ୍ଟାକଟା ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ହାତୀଟି ଗାଁରେ ପଶି ଗଣେଶ୍ୱର ଦେହୁରୀଙ୍କ କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇଥିଲା। ଏହି ସମୟରେ ହାତୀକୁ ଦେଖି ମାଆ ଓ ପୁଅ ଘରର ଗୋଟେ କୋଣରେ ଲୁଚି ଯାଇଥିଲେ। ଏହାପରେ ଦୁଇ ପୁଅଙ୍କୁ କାଖରେ ଧରି ଘରୁ ବାହାରି ପଳାଉଥିବାବେଳେ ଗୋଟେ ପୁଅକୁ ମାଆ କାଖରୁ ଟାଣି ଆଣି ହାତୀଟି ତଳେ କଚାଡି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା। ହାତୀ ଆକ୍ରମଣରେ ମାଆ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.