ବୈଜ୍ଞାନିକଙ୍କ ଦ୍ବାରା ପ୍ରମାଣିତ ,ତାଳି ବଜାଇଲେ ଦୂର ହୁଏ ଅନେକ ରୋଗ

ଭାରତୀୟ ଧାର୍ମିକ ପରମ୍ପରାରେ ଭଜନ ବା ଆରତି ସମୟରେ ତାଳି ବଜାଇବା ଆଦି ପ୍ରଥା ରହିଆସିଛି। ତାଳି ବଜାଇବା ଦ୍ବାରା ମନୁଷ୍ୟର ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ତେବେ ଏହା ଉପରେ ଏବେ ମୋହର ଲଗାଇଛି ଆଧୁନିକ ବୈଜ୍ଞାନିକ। ତାଳି ବଜାଇବା ଦ୍ବାରା ଖାଲି ଯେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ତାହା ନୁହଁ ବରଂ ଏହା ମନକୁ ମଧ୍ୟ ସୁସ୍ଥ ରଖିଥାଏ। ଆସନ୍ତୁ ନଜର ପକାଇବା କଣ ରହିଛି ତାଳି ବଜାଇବାର ଫାଇଦା।

clap

ହାତ ପାପୁଲିରେ ଥିବା ସ୍ନାୟୁ ଶରୀରର ସମସ୍ତ ଅଙ୍ଗ ସହ ଜଡ଼ିତ ରହିଥାଏ। ଏଣୁ ତାଳି ବଜାଇବା ଦ୍ବାରା ମାଂସପେଶୀ ପ୍ରଭାବିତ ହେବା ସହ ଶରୀରରେ ଉର୍ଜା ସଂଞ୍ଚାର ହୋଇଥାଏ। ନିୟମିତ ଭାବେ ତାଳି ବଜାଇବା ଦ୍ବାରା ଆପଣ ସୁସ୍ଥ, ଶକ୍ତିଶାଳୀ ଏବଂ ତନ୍ଦରୁସ୍ତ ରହିପାରିବେ। ତାଳି ବଜାଇବା ଦ୍ବାରା ହାତରେ ଥିବା ସ୍ନାୟୁ ଶରୀରକୁ ସଠିକ୍ ପରିମାଣର ଶକ୍ତି ପହଞ୍ଚାଇବା ସହ ଶରରୀର ସମସ୍ତ ଅଙ୍ଗ ଉତ୍ତମ ଭାବେ କାର୍ୟ୍ୟକାରୀ କରିଥାଏ। କାରଣ ଏହା ଦ୍ବାରା ଶରୀରରେ ଥିବା ଅତିରିକ୍ତ ମେଦ ହ୍ରାସ ହୋଇଥାଏ ।

ତାଳି ବଜାଇବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ଯେପରିକି, ଗ୍ୟାସ, କୋଷ୍ଠକାଠିନ୍ୟ ଆଦି କମ ହୋଇଥାଏ। ଏଥିସହ ମାନସିକ ଚିନ୍ତା, ଚିଡ଼ଚିଡ଼ାପଣ କମ ହେବା ସହ ଏକାଗ୍ରତା ବଢ଼ିଥାଏ। ସକାଳ ସନ୍ଧ୍ୟାରେ ୫ମିନିଟ ତାଳି ବଜାଇବା ଦ୍ବାରା ମାନସିକ ଶାନ୍ତି ମିଳିଥାଏ। ବୈଜ୍ଞାନିକ ଗବେଷଣାରୁ ପ୍ରମାଣିତ ୨ମିନିଟ ଦୈନିକ ତାଳି ବଜାଇଥିବା ବ୍ୟକ୍ତି ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ସୁଖି ରହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.