Below header

ଦୀର୍ଘ ଦିନର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା, ଟ୍ରାଙ୍କୁଲାଇଜ୍‌ କରି କାବୁ କଲା ବନବିଭାଗ

କେନ୍ଯୁଜ୍: ଦୀର୍ଘ ଦିନର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା । ଶେଷ ହେଲା ‘ଅପରେସନ ଗଜରାଜ’ । ଦନ୍ତା ହାତୀକୁ କାବୁ କଲା ବନବିଭାଗ ।ଦୀର୍ଘ ୯ ଦିନ ଧରି ଯାଜପୁର ଦାନଗଦୀ ଅଞ୍ଚଳରେ ଉତ୍ପାତ ଚଳାଇଥିବା ହାତୀକୁ ଟ୍ରାଙ୍କୁଲାଇଜ୍‌ କରି କାବୁ କଲା ବନବିଭାଗ । ଏହି ଦନ୍ତା ୪ ଜଣଙ୍କୁ ଦଳି ଦେଇଥିବା ବେଳେ ୮ ଜଣଙ୍କୁ ଗୁରୁତର ଆହତ କରିଥିଲା । ଦନ୍ତାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । ଏହାକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଫଳରେ ଗତକାଲି ଦିନ ୧୨ ଟା ବେଳେ ହାତୀକୁ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ‘ଅପରେସନ ଗଜରାଜ’ । ଦନ୍ତାକୁ ୩ ଥର ଟ୍ରାଙ୍କୁଲାଇଜ୍‌ କରିବା ପରେ ହାତୀକୁ କାବୁ କରିପାରିଥିଲା ବନବିଭାଗ । ଦନ୍ତା କାବୁ ହେଲା ପରେ ଲୋକଙ୍କ ଭିତରେ ଆଶ୍ୱସ୍ଥି ଆସିଛି । ଘଟଣାସ୍ଥଳରେ କୌଣସି ଅପ୍ରିତିକର ପରିସ୍ଥିତି ଯେଭଳି ନହୁଏ ସେଥିପାଇଁ ଶତାଧିକ ବନକର୍ମଚାରୀ ଓ ପୋଲିସ ଉପସ୍ଥିତ ଅଛନ୍ତି । ହାତୀର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.