Below header

ବଣାଇରେ ହାତୀ ଆତଙ୍କ, ଗାଁରେ ପଶି ନଷ୍ଟ କଲେ ୨ଏକର ଫସଲ

ସୁନ୍ଦରଗଡ଼ : ମଧ୍ୟରାତ୍ରିରେ ଗାଁରେ ପଶିଲେ ହାତୀ ପଲ । ସୁନ୍ଦରଗଡ଼ ଜିଲ୍ଳା ବଣାଇ ରେଞ୍ଜର ରାଉତାଣୀ ଗାଁରେ ହାତୀ ପଲ ପଶି ୨ଏକର ଫସଲ ନଷ୍ଟ କରିଛନ୍ତି । ହାତୀ ପଲରେ ୧୦ରୁ ୧୨ ହାତୀ ରହିଥିବା ଜଣାପଡିଛି । ଏମାନେ ମଧ୍ୟରାତ୍ରିରେ ଗାଁରେ ପଶି ଫସଲ ନଷ୍ଟ କରି ଦେଇଛନ୍ତି । ହାତୀଙ୍କ ଗର୍ଜନ ଶୁଣି ଘଟଣାସ୍ଥଳରେ ଗାଁ ଲୋକେ ପହଂଚିଥିଲେ । ହାତୀମାନେ କଟରାଧୁଆ ପାହାଡ଼ ଉପରେ ଥିଲେ ଆଜି ରାଉତାଣୀକୁ ଆସି ବନରାଇ ରିଜର୍ଭ ଫରେଷ୍ଟ ପାହାଡରେ ଅଛନ୍ତି ବୋଲି ଫରେଷ୍ଟର କହିଛନ୍ତି । ହାତୀଙ୍କୁ ଘଉଡାଇବା ପାଇଁ ଏକ ଟିମର ବ୍ୟବସ୍ଥା କରାଯାଇଛି । ଲୋକମାନେ ଆତଙ୍କିତ ନହେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.