ସ୍କୁଲ ଘର ଛାତରୁ କଂକ୍ରିଟ୍‌ ଖସି ଛାତ୍ରୀ ଆହତ ,ଚିକିତ୍ସା କରାଇଲେନି ପ୍ରଧାନ ଶିକ୍ଷୟତ୍ରୀ

କେନ୍ଦ୍ରାପଡା : ସ୍କୁଲ ଶ୍ରେଣୀ ଗୃହ ଛାତରୁ କଂକ୍ରିଟ୍‌ ଖସି ଛାତ୍ରୀ ଆହତ । ଚିକିତ୍ସା କରାଇଲେନି ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ମହାକାଳପଡା ବ୍ଳକ ଅନ୍ତର୍ଗତ ପାଟଳିପଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ । ଗତ ୨ତାରିଖରେ ଏହି ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ବିଶ୍ୱାଳଙ୍କ ଉପରେ ଶ୍ରେଣୀଗୃହ ଛାତରୁ କଂକ୍ରିଟ ଖସି ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା । ଏ ସମ୍ପର୍କରେ ସମସ୍ତ ଛାତ୍ର ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ହେଲେ ସେ ଏହି କଥାକୁ ଅଣଦେଖା କରିଥିଲେ । ଏନେଇ ଆହତ ଛାତ୍ରୀଙ୍କ ପରିବାର ଲୋକେ ମହାକାଳପଡା ବିଇଓ ଅଫିସ ସହ ଜିଲ୍ଳାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମନ୍ଦ ଉଦ୍ଦେଶ୍ୟ ରଖି ସ୍କୁଲକୁ ବଦନାମ କରାଯାଉଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.