Below header

କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସୋଗର ଗାଁରେ ୨୩ ଟିକିଆ ହାତୀ ପଲଙ୍କ ଆତଙ୍କ

କାମାକ୍ଷାନଗର: କାମାକ୍ଷାନଗରରେ ହାତୀ ଆତଙ୍କ । ଅଁଳାବେରେଣୀ ଫରେଷ୍ଟ ସୋଗର ଗାଁରେ ୨୩ ଟିକିଆ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ହାତୀ ଉପଦ୍ରବରେ ପ୍ରାୟ ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଛି । ଲୋକଙ୍କ ବର୍ଷକର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଛି । ଗତକାଲି ରାତିରୁ ଏକ ହାତୀ ପଲ ଗାଁରେ ତାଣ୍ଡବ କରୁଥିବା ଦେଖିବାକୁ ମିଳିଛି । ବ୍ରାହ୍ମଣୀ ନଦୀ କୂଳରେ ଏହି ହାତୀ ପଲ ଗୁଡିକ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.