ନୂଆ iPhone 12 ରେ ମିଳୁଛି ୬ ହଜାର ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ ଡିସକାଉଣ୍ଟ, ଜାଣନ୍ତୁ କ’ଣ ରହିଛି ଅଫର

Apple ର ନୂଆ iPhone 12 ଏବଂ iPhone 12 Pro ପାଇଁ ଗତକାଲିରୁ ପ୍ରି ବୁକିଂ ଆରମ୍ଭ ହୋଇଯାଇଛି। ଯାହାର ବୁକିଂ ଆପଲ ଇଣ୍ଡିଆର ଅନଲାଇନ ଷ୍ଟୋର ସହିତ ଫ୍ଲିପକାର୍ଟ ଏବଂ ଆପଲର ଅଧିକୃତ ରିଟେଲ ଷ୍ଟୋରର୍ସ ମିଳିପାରିବ। ଯାହାର ଡେଲିଭରି ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଯିବ। କମ୍ପାନୀ ଗ୍ରାହକଙ୍କୁ ଏହି ଫୋନ କିଣିଲେ ଅଫର ସହିତ ଡିସକାଉଣ୍ଟ ମଧ୍ୟ ଦେଉଛି। ଯେଉଁଥିରେ ଗ୍ରାହକ ନୂଆ ଆଇଫୋନ ୧୨ ପାଇଁ ନୁରୁଣା ସ୍ମାର୍ଟଫୋନ ମଧ୍ୟ ଏକ୍ସଚେଞ୍ଚ କରିପାରିବେ। ଆପଲ ଇଣ୍ଡିଆର ଅଫିସିଆଲ ରିଟେଲର୍ସ ଭଳି ଇଣ୍ଡିଆ istore ଦ୍ୱାରା ଆଇଫୋନ ୧୨-୧୨ ପ୍ରୋ ସହିତ ଏଡିଏପସି କେଡ୍ରିଟ କାର୍ଡ/ଡେବିଟ କାର୍ଡ ଜରିଆରେ କିଣିଲେ ୬ ହଜାର ଟଙ୍କାର ଆଡିସିନାଲ କ୍ୟାଶବ୍ୟାକ ଅଫର ମିଳୁଛି।

ଏହାଛଡା ଆଇଫୋନ ୧୨ରେ ଗ୍ରାହକଙ୍କ ୬ ହଜାର ଟଙ୍କା ଏବଂ ୧୨ ପ୍ରୋରେ ୫ ହଜାର ଟଙ୍କାର କ୍ୟାଶବ୍ୟାକ୍‌ ମିଳିବ। ଆପଲ ରିଟେଲର୍ସ ଦ୍ୱାରା ନୋ କଷ୍ଟ ଇଏମଆଇ ଅପସନ ସହିତ କ୍ୟାଶଫାଏ ଏବଂ ସର୍ଭିଫାଏ ଭଳି ପାଟନର୍ସ ଜରିଆରେ ଏକ୍ସଚେଞ୍ଚ ଅଫର ମଧ୍ୟ ଦିଆଯାଉଛି।

Appleର ଏହି ଫୋନରେ ଗ୍ରାହକଙ୍କୁ ୫.୪ ଇଞ୍ଚର OELD ସୁପର ରେଟିନା ଡିଷ୍ପ୍ଲେ, 4 GB ରାମ, 128 GB ଓ 256 GB ଷ୍ଟୋରେଜ ସୁବିଧା ମିଳିପାରିବ । OELD ସୁପର ରେଟିନା ଡିଷ୍ପ୍ଲେ ବ୍ୟତୀତ ଯେବେକି କମ୍ପାନୀର ଅନ୍ୟ ଏକ ମଡ଼େଲ iphone 12 max ରେ ସ୍ପେକ୍ସର ସେଟର ସୁବିଧା ବି ଦିଆଯାଇଛି ।

iphone

ଏହାର ଦର କମ୍ପାନୀ ତରଫରୁ ୭୪୯ ଡ଼ଲାର ବା ଭାରତୀୟ ମୁଦ୍ରା ଅନୁଯାୟୀ ପାଖାପାଖି ୫୬ ,୮୦୦ ଟଙ୍କା ଓ ଅନ୍ୟଟିର ଦର ୮୪୯ ଡ଼ଲାର ବା ୬୪ ,୪୦୦ ଟଙ୍କା ରଖାଯିବ ବୋଲି ଜଣାଯାଇଛି । ପ୍ରଥମ iphone 12 proରେ ସାମସଙ୍ଗ କମ୍ପାନୀ ନିର୍ମିତ ୬ .୧ ଇଞ୍ଚ OELD ସୁପର ରେଟିନା ଏକ୍ସଡ଼ିଆର ଡିଷ୍ପ୍ଲେ ସୁବିଧା ମଧ୍ୟ ମିଳିପାରିବ । ଯେବେକି ଏଥିରେ Apple A 14 ଚିପସେଟ, 6 GB ରାମ, ସମେତ 128 GB / 256 GB / 512GB ଷ୍ଟୋରେଜ ଫ୍ୟାସିଲିଟି ଓ ସ୍ଟେନଲେସ ବଡ଼ି, 5G ସପୋର୍ଟ ସମେତ ଟ୍ରିପଲ ରିୟର କ୍ୟାମେରା ସୁବିଧା ମାନ ବି ଉପଲବ୍ଧ ହେବ ।

apple-iphones-2

ଯେବେକି Apple ଆଇଫୋନ 12 pro maxରେ ୬.୭ ଇଞ୍ଚ ସାମସଙ୍ଗ ନିର୍ମିତ OLED ସୁପର ରେଟିନା XDR ଡିଷ୍ପ୍ଲେ ସମେତ ୧୦ ବିଟ କଲରର ସୁବିଧା ମାନ ବି ମିଳିପାରିବ । କହି ରଖିବା ଉଚିତ ହେବଯେ ଏସବୁ ବାଦ ଏଥିରେ 6 GB ରାମ ସମେତ 128 GB /256 GB/512 GBଷ୍ଟୋରେଜ ସମେତ ସ୍ଟେନଲେସ ଷ୍ଟିଲ ବଡ଼ି ସମେତ 5G ର ସପୋର୍ଟ ମଧ୍ୟ ମିଳିବ ।

Leave A Reply

Your email address will not be published.