କେନ୍ଦୁଝର ରୁଗୁଡିସାହିରେ ବର୍ବରକାଣ୍ଡ: ଘରୋଇ ଗଣ୍ଡଗୋଳରୁ ସ୍ତ୍ରୀକୁ ଟଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବାଂଶପାଳ : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ଘରୋଇ ଗଣ୍ଡଗୋଳରୁ ସ୍ତ୍ରୀକୁ ଟଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରୁଗୁଡିସାହିରେ । ଗତକାଲି ରାତିରେ ଘରେ ସପରିବାର ଖାଇ ଶୋଇଥିବା ବେଳେ ସ୍ୱାମୀ ଯଦୁ ମହାକୁଡ ଓ ପତ୍ନୀ ବନିତା ମହାକୁଡଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ବନିତାକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ସ୍ୱାମୀ । ହତ୍ୟା ପରେ ଯଦୁ ମହାକୁଡ ଫେରାର ହୋଇ ଯାଇଥିଲା । ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.