ଅନୁଗୁଳ: ଦୀର୍ଘ ୩ ଘଣ୍ଟା ପରେ ଜେସିବି ସାହାଯ୍ୟରେ କୂଅରୁ ଉଦ୍ଧାର ହେଲା ହାତୀ, ପଥରଗଡ ଜଙ୍ଗଲରେ ଛାଡିଲା ବନ ବିଭାଗ

ଅନୁଗୁଳ(କେନ୍ୟୁଜ୍): କୂଅରୁ ଉଦ୍ଧାର ହେଲା ହାତୀ। ଦୀର୍ଘ ଘଣ୍ଟା ପରେ ଜେସିବି ସାହାଯ୍ୟରେ ଉଦ୍ଧାର କଲା ବନବିଭାଗ। ଅନୁଗୁଳ ପୁରୁଣାଗଡ଼ ରେଞ୍ଜ ବାଲିଜେରେଙ୍ଗ ଗାଁରେ ଏକ ପରିତ୍ୟକ୍ତ କୂଅ ଭିତରେ ହାତୀ ପଡିଥିବା ଖବର ପାଇ ଉଦ୍ଧାର ପାଇଁ ଲାଗିପଡିଥିଲା ବନବିଭାଗ ଓ ଅଗ୍ନିଶମ ବିଭାଗ ଟିମ୍‌। ଅଗ୍ନିଶମ ବାହିନୀର ୬ଜଣିଆ ଟିମ୍ ଦୀର୍ଘ ୩ ଘଣ୍ଟାର ଅପରେସନ୍ ପରେ ହାତୀକୁ କୂଅ ଭିତରୁ ବାହାରକୁ ଆଣିଥିଲେ।

ଉଦ୍ଧାର ପରେ ହାତୀକୁ ପଥରଗଡ ଜଙ୍ଗଲରେ ଛାଡି ଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ଫସଲ ଖାଇବାକୁ ଆସି ହାତୀଟି କୂଅରେ ପଡିଯାଇଥିଲା। କିଛି ଦିନ ହେଲା ଏକ ହାତୀ ପଲ ବାଲିଜେରେଙ୍ଗ ଅଞ୍ଚଳରେ ଘୂରି ବୁଲୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.