ଛୋଟ ପିଲାଟିକୁ ଧରି ରାସ୍ତା ଉପରକୁ ଟେକିନେଲା ମାଙ୍କଡ, ତାପରେ କଣ ହେଲା ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ପ୍ରତିଦିନ କୌଣସି ନା କୌଣସି ଭିଡିଓ ସେୟାର ହୋଇଥାଏ, ଯାହା ଖୁବ୍ ଭାଇରାଲ୍ ହୋଇଯାଏ। ଏହି ଭାଇରାଲ ଭିଡିଓରେ କିଛି ଭିଡିଓ ବହୁତ ମନୋରଞ୍ଜକ ହୋଇଥିବାବେଳେ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ। ବର୍ତ୍ତମାନ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଆପଣଙ୍କୁ ଏଣ୍ଟରଟେନ୍ କରିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ କରାଇଥାଏ।
ଭିଡିଓରେ ଆପଣ ଦେଖିପାରୁଥିବେ ଯେ ରାସ୍ତା ଉପରେ ଗୋଟେ ମାଙ୍କଡ ଜଣେ ଛୋଟ ପିଲାଟିକୁ ଏକଦମ୍ ଜାବୁଡି ଧରି ବସିଛି। ଖାଲି ଏତିକି ନୁହେଁ ପିଲାଟିକୁ ଧରି ତା ମୁଣ୍ଡକୁ ମଧ୍ୟ ଆଉଁସି କରୁଛି।
ଏହି ଭିଡିଓକୁ କ୍ରିକେଟର ହରଭଜନ ସିଂହ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ଆପଣ ଏହାକୁ ଦେଖି ପ୍ରଥମେ ପ୍ରଥମେ ଭାବୁଥିବେ ଯେ ମାଙ୍କଡଟି ପିଲାଟିକୁ ଧରିଛି ତାକୁ ବୋଧହୁଏ କିଛି କ୍ଷତି ପହଁଚାଇବ। କିନ୍ତୁ ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପରେ ଆପଣ ଜାଣିପାରିବେ ଯେ ମାଙ୍କଡଟି କିଛି କ୍ଷତି କରୁନି ବରଂ ଛୋଟ ପିଲାଟିକୁ ଧରି ସ୍ନେହ କରୁଛି।
ହରଭଜନ ସିଂହ ଏହି ଭିଡିଓକୁ ସେୟାର କରି ମାଙ୍କଡ ଏବଂ ଛୋଟ ପିଲାଟିର ବନ୍ଧୁତାକୁ ପ୍ରଶଂସା କରୁଛନ୍ତି। ଏହି ଭିଡିଓ ସହିତ ଏକ ସୁନ୍ଦର ଗୀତ ମଧ୍ୟ ଚାଲୁଛି, ‘ତେରେ ଜୈସା ୟାର କହାଁ’। ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।