କେନ୍ଦୁଝରରେ ବଢୁଛି ହାତୀ ଉପଦ୍ରବ , ଘୁରି ବୁଲୁଛନ୍ତି ୮ଟି ବଣୁଆ ହାତୀ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲାରେ ବଢୁଛି ହାତୀ ଉପଦ୍ରବ । ଚମ୍ପୁଆରେ ଘୁରି ବୁଲୁଛନ୍ତି ୮ଟି ବଣୁଆ ହାତୀ। ଏହି ହାତୀ ପଲ ଗାଁରେ ପଶି ଘର ଓ ସ୍କୁଲ ପାଚେରୀ ଭାଙ୍ଗିବା ସହ ଧାନ ଚାଉଳ ଖାଇ ଯାଉଛନ୍ତି। ହାତୀ ପଲ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସଂଧ୍ୟା ହେଲେ ଭୟ ଦ୍ୱିଗୁଣିତ ହୋଇଯାଉଛି । ହାତୀଙ୍କଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ଲଗାଯାଉଛି । ଲୋକେ ରାତି ଉଜାଗର ହୋଇ ଦିନ କାଟୁଛନ୍ତି। ଅନ୍ୟପଟେ ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.