Below header

ଲଘୁଚାପ ବର୍ଷା ନେଇ ଗଜପତିରେ ଜରୁରୀକାଳିନ ବୈଠକ: ମାନବସମ୍ବଳ, ଗଛକଟା ଯନ୍ତ୍ର ଓ ଯାନବାହାନକୁ ମହଜୁତ ରଖିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଜପତି(କେନ୍ୟୁଜ୍): ଲଘୁଚାପ ବର୍ଷା ନେଇ ଗଜପତିରେ ଜରୁରୀକାଳିନ ବୈଠକ ହୋଇଛି । ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ରାଜ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ଜିଲ୍ଲାରେ ଥିବା ସମ୍ବେଦନ ସ୍ଥାନ ମାନଙ୍କରେ ମାନବସମ୍ବଳ, ଗଛକଟା ଯନ୍ତ୍ର ଓ ଯାନବାହାନକୁ ମହଜୁତ ରଖିବା ପାଇଁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜଳଭଣ୍ଡାରରେ କମ୍‌ ଜଳ ରହିବାକୁ ନିର୍ଦ୍ଧେଶ ରହିଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ହିରମଣ୍ଡଳ ଗୋଟା ବ୍ୟାରେଜ କର୍ତ୍ତୁପକ୍ଷଙ୍କ ସହ ୨୪ ଘଣ୍ଟିଆ ଯୋଗାଯୋଗରେ ଅଛନ୍ତି ଅଧିକାରୀ । ପ୍ରତ୍ୟେକ ପଞ୍ଚାୟତରେ ଆବଶ୍ୟକ ପରିମାଣ ଖାଦ୍ୟ ମହଜୁଦ ରଖିବା ପାଇଁ ଯୋଗାଣ ବିଭାଗକୁ କହିଛନ୍ତି ଜିଲ୍ଲାପାଳ । ଗାଁ ଗୁଡିକରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ବ୍ୟାପକ କରିବା ପାଇଁ କୁହାଯାଇଛି । ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ଆଗୁଆ ପଦକ୍ଷେପ ନେବାକୁ କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.