ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ପିତା ତଥା ପ୍ରତିଷ୍ଠିତ ଶିଶୁ ରୋଗ ବିଶେଷଜ୍ଞ ଡା. ଅକ୍ଷୟ କୁମାର ରାଉତଙ୍କ ପରଲୋକ

ଭୁବନେଶ୍ୱର(କେ.ନ୍ୟୁଜ୍‌) : ପ୍ରତିଷ୍ଠିତ ଶିଶୁ ରୋଗ ବିଶେଷଜ୍ଞ ଡା. ଅକ୍ଷୟ କୁମାର ରାଉତଙ୍କ ଆଜି ଭୁବନେଶ୍ୱରରେ ପରଲୋକ ହୋଇଯାଇଛି । ସେ ହେଉଛନ୍ତି ଓଡ଼ିଶା ମିଶନ୍‌ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ପିତା ଓ ୫ ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଶ୍ୱଶୁର ।

dr, a.k rout

ଡା. ରାଉତଙ୍କ ଘର ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଅନ୍ତର୍ଗତ ବଲୁରିଆ ଗାଁରେ । ସେ ଜଣେ ଅମାୟୀକ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ଜାମ୍‌ସେଦ୍‌ପୁରରେ ଜଣେ ପ୍ରତିଷ୍ଠିତ ଶିଶୁ ରୋଗ ବିଶେଷଜ୍ଞ ଭାବେ ଖ୍ୟାତ ଥିଲେ ।

ଝାଡ଼ଖଣ୍ଡର ଟାଟାନଗର ଅଞ୍ଚଳରେ ଗରୀବ ପରିବାରର ଶିଶୁଙ୍କୁ ବିନା ମୂଲ୍ୟ ଓ କେଉଁଠି ଅତି ସ୍ୱଳ୍ପ ମୂଲ୍ୟରେ ସେବା କରି ସେ ଅଞ୍ଚଳରେ ଶ୍ରଦ୍ଧା ଭାଜନ ହୋଇଥିଲେ । ତାଙ୍କର ପରଲୋକଗତ ଖବର ମିଳିବା ପରେ ଭୁବନେଶ୍ୱର, ତାଙ୍କ ନିଜ ଗ୍ରାମ ବଲୁରିଆ ଓ କର୍ମ ଭୁମି ଝାଡ଼ଖଣ୍ଡ ଟାଟାନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.