Below header

ଜଳ ସାଥୀଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ , ଦକ୍ଷତା ବୃଦ୍ଧି ପାଇଁ ନେଲେ ତାଲିମ୍

ଭୁବନେଶ୍ଵର (କେନ୍ୟୁଜ):ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ହୋଇଛି ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ । ଏଥିରେ ଦାୟିତ୍ଵରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ କାର୍ଯ୍ୟକ୍ରମ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶାସନ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ନିଜ ଅଭିଭାଷଣରେ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ବିଭାଗରେ ସଠିକ୍ ଉପଲବ୍ଧ ହେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସିଟି ମିଶନ୍ ମ୍ୟାନେଜର୍ ମାନେ ତଥ୍ୟର ଗୁଣବତ୍ତା ଓ ସତ୍ୟାପନ ଉପରେ ଦୃଷ୍ଟି ଦେବା ସହ ସହରାଞ୍ଚଳ ବିକାଶରେ ଏହି ସବୁ କାର୍ଯ୍ୟକ୍ରମର ଦୀର୍ଘସ୍ଥାୟୀପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ଓ ମୂଲ୍ୟାଙ୍କନ ପ୍ରତିଦୃଷ୍ଟି ଦେବେ ବୋଲି ପରାମର୍ଶ ଦେଇଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ପରାମର୍ଶଦାତା ସଞ୍ଜୟ କୁମାର ପ୍ରମାଣିକ ଦାରିଦ୍ର୍ୟ ଦୂରୀକରଣ ତଥା ସହରାଞ୍ଚଳର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଜୀବିକା ସୁରକ୍ଷା ପଦକ୍ଷେପ ତ୍ଵରାନ୍ଵିତ କରାଯିବା ଦିଗରେ ବିଶେଷ ଦୃଷ୍ଟି ଦିଆଯିବାର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଥିଲେ ।

ପ୍ରାରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା)ର ପ୍ରକଳ୍ପ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ‘ମୁକ୍ତା’ କାର୍ଯ୍ୟକ୍ରମ ର ସୁପରିଚାଳନା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ଦିଗରେ ସିଟି ମିଶନ୍ ମ୍ୟାନେଜର୍ ମାନେ ଉଲ୍ଲେଖଯୋଗ୍ୟ ଭୂମିକା ତୁଲାଇବେ ବୋଲି ଆଶା ପ୍ରକାଶ କରିଥିଲେ। । ପୌରପରିଷଦ ମାନଙ୍କରେ ନିୟଜିତ ଜଳସାଥୀ , ମୁକ୍ତା ଟିମ୍ ଏବଂ ସିଟି ମିଶନ ମ୍ୟାନେଜର ମାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ରକ୍ଷାକରାଯାଇ 5T ଆଧାରରେ କାର୍ଯ୍ୟକାରୀ କରାଯାଉଥିବା ମୁକ୍ତା କାର୍ଯ୍ୟକ୍ରମକୁ ସ୍ୱଚ୍ଛତାର ସହ ଆହୁରି ଅଧିକ ବ୍ୟାପକ ଭାବେ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି । ସେଥି ପାଇଁ ସିଟି ମିଶନ୍ ମ୍ୟାନେଜର ମାନଙ୍କୁ ବର୍ତ୍ତମାନ ମାଷ୍ଟର ଟ୍ରନର ଭାବେ ତାଲିମ୍ ପ୍ରଦାନ କରାଯାଉଛି ।

ସେମାନେ କ୍ଷେତ୍ର ସ୍ତରରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ପ୍ରଦାନ କରିବା ସହିତ ସେମାନଙ୍କର ସମସ୍ୟା ସମାଧାନ ଦିଗରେ ଉଦ୍ୟମ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଆର୍ଥିକ ଅନଗ୍ରସରଙ୍କ ଜୀବନ ଓ ଜୀବିକା ସୁରକ୍ଷିତ ରଖିବା ପାଇଁ ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍ ଅନ୍ତର୍ଗତ କାର୍ଯ୍ୟକ୍ରମ ର ସଫଳ ରୂପାୟନ ଉପରେ କର୍ମଶାଳାରେ ଗୁରୁତ୍ୱ ଆରୋପ କରାଯାଇଛି । ସହରାଚଂଳ ଉନ୍ନୟନ ସଂସ୍ଥା ( ସୁଡା ) ସମ୍ମିଳନୀ କକ୍ଷରେ ଅନୁଷିଠିତ ଉକ୍ତ କର୍ମଶାଳା ଓ ସମୀକ୍ଷା ବୈଠକରେ ସି.ଇ.ଡ଼ି ର ଓଡ଼ିଶା ମୁଖ୍ୟ ପ୍ରଦୀପ ହରିଚନ୍ଦନ ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଭାତ କୁମାର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.