ଜ୍ୟୋତିଷ ଶାସ୍ତ୍ର : ଗୁରୁବାରକୁ କରନ୍ତୁ ଏହି ଉପାୟ ପ୍ରସନ୍ନ ହେବେ ବୃହସ୍ପତି ଦେବ, ଜୀବନରେ ଆସିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବାଦେବୀଙ୍କୁ ସମର୍ପିତ ହୋଇଥାଏ । ସେହି ଦିନ ଉକ୍ତ ଦେବାଦେବୀଙ୍କ ମନ ପସନ୍ଦ ଜିନିଷ ଦାନ କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି । ଶାସ୍ତ୍ରରେ ଗୁରୁବାର ଦିନକୁ ବୃହସ୍ପତି ଦେବ ଓ ବିଷ୍ଣୁ ଭଗବାନଙ୍କୁ ସମର୍ପିତ କରାଯାଇଛି । ତେଣୁ ଜୀବନରେ ସୁଖ,ଧନ, ବୈଭବ ଓ ଆଶିର୍ବାଦ ପାଇବା ପାଇଁ ଗୁରୁବାର ଦିନ ଏହି ଜିନିଷର ଦାନ ଶୁଭ ହୋଇଥାଏ । ଜୀବନରେ ଆସିଥାଏ ବହୁ ସୁଖ ସୌଭାଗ୍ୟ ।

ଆସନ୍ତୁ ଜାଣିବା ସୁଖ ସମୃଦ୍ଧି ପାଇଁ ଗୁରୁବାର ଉପାୟ :

ଯଦି ଆର୍ଥିକ ସଂକଟର ସାମନା କରିବାକୁ ପଡୁଛି ତ ଗୁରୁବାର ଦିନ କେସରରେ ରଂଗ କରାଯାଇଥିବା ଚାଉଳ ଓ ସାମର୍ଥ୍ୟ ଅନୁସାରେ କିଛି ଦକ୍ଷିଣା ରଖି କୌଣସି ଗରିବ ଲୋକଙ୍କୁ ଦାନ କରନ୍ତୁ । ମାନ୍ୟତା ରହିଛି ଯେ ଏହାଦ୍ୱାର ଘରେ ଧନର କେବେ ବି କମ ହେବନାହିଁ ।

ଯଦି ଯୁବକ ଓ ଯୁବତୀଙ୍କ ବିବାହରେ କିଛି ବାଧା ସୃଷ୍ଟି ହେଉଛି ତେବେ ଗୁରୁବାର ଦିନ ହଳଦୀ ଦାନ କରିବା ଶୁଭ ହେବ ।

ଚାକିରି ପାଇବାରେ ବାଧା ହେଉଛି ତ ଗୁରୁବାର ଦିନ ବୃହସ୍ପତି ଦେବଙ୍କ ପୂଜା କରନ୍ତୁ ଓ ପୁଣି ହଳଦିଆ ମିଠାଇ କିମ୍ବା ହଳଦିଆ ଫଳ ଭେଟ ଚଢ଼ାନ୍ତୁ ।

ଜୀବନରେ ଆସୁଥିବା କଷ୍ଟରୁ ମୁକ୍ତି ପାଇବା ପାଇଁ ଗୁରୁବାର ବିଷ୍ଣୁ ଭଗବାନଙ୍କ ମନ୍ଦିରରେ ସୁରେଇ ଦାନ କରିବା ଫଳଦାୟୀ ହୋଇଥାଏ ।

ଗୁରୁବାର ଭଗବାନ ବିଷ୍ଣୁଙ୍କ ମନ୍ଦିରକୁ ଯାଇ ଭଗବାନ ବିଷ୍ଣୁଙ୍କୁ ଅଳ୍ପ କେଶର ଓ ୧୨୫୦ ଗ୍ରାମ ଚଣା ଡାଲି ଅର୍ପଣ କରନ୍ତୁ । ସେଠାରେ ଆସନରେ ବସି ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ । ପରେ ବିଷ୍ଣୁ ଭଗବାନଙ୍କୁ ଚଢ଼ା ଯାଇଥିବା ଚଣା ଓ କେସର ଗରୀବ ବ୍ୟକ୍ତିଙ୍କୁ ଦାନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.