Below header

୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା EOW

୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗରେ ୨ ଗିରଫ । ଦୁଇ ଅଭିଯୁ ସମରେଶ ଦାସ ଓ ମନ ପଣ୍ଡାଙ୍କୁ ଗିରଫ କଲା EOW । ଘଟଣାରେ ସମ୍ପୃକ ଅନ୍ୟ ଅଭିଯୁକ୍ତକୁ ଧରିବାକୁ ଚଢ଼ାଉ ଜାରି ରଖିଛି। EOW ଖବର ଅନୁଯାୟୀ, ଜାଲ କାଗଜପତ୍ର ଜରିଆରେ ବ୍ୟାଙ୍କରୁ ନେଇଥିରେ ୮ କୋଟି ଟଙ୍କା ଋଣ ।

କନ୍ଧମାଳ : ୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗରେ ୨ ଗିରଫ । ଦୁଇ ଅଭିଯୁ ସମରେଶ ଦାସ ଓ ମନ ପଣ୍ଡାଙ୍କୁ ଗିରଫ କଲା EOW । ଘଟଣାରେ ସମ୍ପୃକ ଅନ୍ୟ ଅଭିଯୁକ୍ତକୁ ଧରିବାକୁ ଚଢ଼ାଉ ଜାରି ରଖିଛି। EOW ଖବର ଅନୁଯାୟୀ, ଜାଲ କାଗଜପତ୍ର ଜରିଆରେ ବ୍ୟାଙ୍କରୁ ନେଇଥିରେ ୮ କୋଟି ଟଙ୍କା ଋଣ ।

ଫୁଲବାଣୀ sbi branch ର regional ମ୍ୟାନେଜର ଏନେଇ ଅଭିଯୋଗ କରିଥିଲେ । ୫୯ ଜଣ ଚାକିରିଆଙ୍କୁ ଏକ୍ସେପ୍ରେସ କ୍ରେଡିଟ ଋଣ ଦିଆଯାଇଥିଲା । ୨୬ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜାଲ କାଗଜପତ୍ର ଜରିଆରେ ଲୋନ ଦିଆଯାଇଥିଲା। ସେହିପରି ପୂର୍ବରୁ ଏହି ଘଟନାରେ ତତ୍କାଳୀନ ଡେପୁଟି ମ୍ୟାନଜର ଆଶୁତୋଷ ଆଚାର୍ଯ୍ୟ ଗିରଫ ହୋଇଛନ୍ତି।

ମୃତ ଲୋକଙ୍କ ଜାଲ ଦସ୍ତଖତ ଜରିଆରେ୨0୨୧ ସେପ୍ଟେମ୍ବର ରୁ ୨0୨୨ ସେପ୍ଟେମ୍ବର ମଧ୍ୟରେ ହୋଇଥିଲା ବଡ ଘଟାଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟ କୁ ଯାଇଥିଲା ପାଖାପାଖୀ ୨ କୋଟି ଟଙ୍କା । ଅନ୍ୟ ଏକ କୋଅପରେଟିଭ ସୋସାଇଟି ଆକାଉଣ୍ଟରୁ ୩ କୋଟି ଟଙ୍କା ଯାଇଥିଲା ।

ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁଦ୍ଧଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି EOW । ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ ଫୁଲବାଣୀ ଏସ୍ଡ଼ିଜିମ କୋର୍ଟ କୁ eow ଆଣିଥିଲେ।ବେଲ ନାମାଞ୍ଜୁର ଫଳରେ ଫୁଲବାଣୀ ଜେଲ କୁ ପଠାଇ ଥିବା କହିଛନ୍ତି SDJM ସରକାରୀ ଓକିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.