ଡାକ ବିଭାଗରେ ୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ୨୩ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ(ଜିଡିଏସ) ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି। ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ(ପୋଷ୍ଟମାଷ୍ଟର)/ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର/ଡାକ ସେବକ ପାଇଁ ଆବେଦନ ଗ୍ରହଣ କରୁଛି । ଅଗଷ୍ଟ ୩ ତାରିଖରୁ ଆବେଦନ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୨୩ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଇଣ୍ଡିଆ ପୋଷ୍ଟର ଭର୍ତ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଆବେଦନ ଫର୍ମରେ ସୁଧାରିବା ପାଇଁ ସୁଯୋଗ ମିଳିବ । ୨୪ ଅଗଷ୍ଟରୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ଆବେଦନ ଫର୍ମରେ କୌଣସି ତ୍ରୁଟି ଥିଲେ ସୁଧାରିପାରିବେ ।

ପଦବୀ ବିବରଣୀ : ୩୦,୦୪୧

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୩ ଅଗଷ୍ଟ ପର୍ଯ୍ୟନ୍ତ ଆବେଦନ କରିପାରିବେ । ୨୪ ଅଗଷ୍ଟରୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ଆବେଦନ ଫର୍ମରେ କୌଣସି ତ୍ରୁଟି ଥିଲେ ସୁଧାରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ ପାସ୍‌ କରିବା ସହିତ ଗଣିତ ଓ ଇଂଲିଶରେ ଭଲ ମାର୍କ ରଖିଥିବା ଜରୁରୀ । ଏହାଛଡା ସ୍ଥାନୀୟ ଭାଷା ଆସୁଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିଥିବା ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ସମସ୍ତ ମହିଳା, ଟ୍ରାନ୍ସ ମହିଳା, ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଆବେଦନ କେମିତି କରିବେ :

ପ୍ରଥମେ ଅଫିସିଆଲ ୱେବସାଇଟ୍‌ indiapostgdsonline.gov.in ଯାଆନ୍ତୁ ।
ହୋମ ପେଜରେ ରେଜିଷ୍ଟ୍ରେସନ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ରେଜିଷ୍ଟ୍ରେସନ କରନ୍ତୁ ଆବେଦନ କରନ୍ତୁ ।
ତା’ପରେ ଆବେଦନ ଶୁଳ୍କ ଭରନ୍ତୁ ।
ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରନ୍ତୁ ।
ଏହାପରେ ସବମିଟ୍‌ କରନ୍ତୁ ଏବଂ ଭବିଷ୍ୟ ପାଇଁ ଏକ ପ୍ରିଣ୍ଟ ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://indiapostgdsonline.cept.gov.in/Notifications/Model_Notification.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.