Below header

୧୫ତମ କେରଳ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଦି ସି ଆଣ୍ଡ ସେଭେନ ଭିଲେଜେସ୍’କୁ ଉଚ୍ଚ ପ୍ରଶଂସା

୧୫ତମ କେରଳ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଦି ସି ଆଣ୍ଡ ସେଭେନ ଭିଲେଜେସ୍’କୁ ଉଚ୍ଚ ପ୍ରଶଂସା। ଦେଶ ଅନ୍ୟତମ ମର୍ଯ୍ୟାଦାଜନକ କେରଳ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଦି ସି ଆଣ୍ଡ ସେଭେନ ଭିଲେଜେସ୍’ ଲଙ୍ଗ ଡକୁମେଣ୍ଟାରୀ ଫିଲ୍ମ ପ୍ରତିଯୋଗିତାରେ ପ୍ରଦର୍ଶିତ ହୋଇଛି ।

ଓଡ଼ିଶାର ସୁନାମଧନ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ତଥା ସତ୍ୟଜିତ ରାୟ ଚଳଚ୍ଚିତ୍ର ଅନୁଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ଏହି ଡକୁମେଣ୍ଟାରୀ ଫିଲ୍ମଟି କାଦମ୍ବିନୀ ମିଡିଆ ଦ୍ୱାରା ପ୍ରସ୍ତୁତ ହୋଇଛି ।

କିଟ୍, କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ ତଥା ଡ. ଇତି ସାମନ୍ତଙ୍କ ପ୍ରଯୋଜିତ ଏହି ପ୍ରାମାଣିକ ଚଳଚ୍ଚିତ୍ର The sea and seven villages ପରିବେଶ ପରିବର୍ତ୍ତନକୁ ନେଇ ପର୍ଯ୍ୟବେସିତ। କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟାକୁ ନେଇ ନିର୍ମାଣ ହୋଇଛି । ଯାହାକୁ ଉପସ୍ଥିତ ଦର୍ଶକ ତଥା ବିଭିନ୍ନ ଦେଶରୁ ଯୋଗ ଦେଇଥିବା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଭୂୟସୀ ପ୍ରଶଂସା କରିଛନ୍ତି ।

ଏହି ଉତ୍ସବରେThe sea and seven villagesର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ନିଜେ ମଧ୍ୟ ଉପସ୍ଥିତ ରହି ନିଜ ଚଳଚ୍ଚିତ୍ର ସମ୍ପର୍କରେ ବିସ୍ତତ ଭାବେ ସୂଚନା ଦେଇଥିଲେ ।କେରଳର ତିରୁବନନ୍ତପୁରମ ଠାରେ ଏହି ଚଳଚ୍ଚିତ୍ର ଉତ୍ସବ କେରଳ ରାଜ୍ୟ ଚଳଚ୍ଚିତ୍ର ଏକାଡେମୀ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ୪୪ଟି ଦେଶର ୨୮୬ଟି ଫିଲ୍ମ ଭାଗ ନେଇଥିଲେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.