Below header

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ମିଳିବ ଏସ୍କଟ୍‌ ସୁରକ୍ଷା, ଜାଣନ୍ତୁ କିଏ ସେହି ଦୁଇ ଜଣ ?

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ଦିଆଯିବ ଏସ୍କଟ୍‌ । ଦୁଇ ବିଧାୟକ ପ୍ରାର୍ଥୀ ହେଲେ ବିଜେଡିର ଅନନ୍ତ ନାରାୟଣ ଜେନା ଓ ବିଜେପିର ଜଗନ୍ନାଥ ପ୍ରଧାନ । ଗତକାଲି ଉଭୟଙ୍କ ଉପରକୁ ବୋମାମାଡ ହୋଇଥିଲା । ଝାରପଡାରେ ଅନନ୍ତ ନାରାୟଣ ଜେନାଙ୍କୁ ବୋମାମାଡ ହୋଇଥିଲା । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ସେ ଚିକିତ୍ସିତ ହେଉଛନ୍ତି। ସେହଭଳି ୟୁନିଟ୍‌-୮ ଅଞ୍ଚଳରେ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା । ଏହି ଦୁଇ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ପୋଲିସ କମିଶନର । ଏବେ ସୁଦ୍ଧା ରାଜଧାନୀର ୧୫ଜଣ ପ୍ରାର୍ଥୀଙ୍କୁ ପିଏସଓ ଯୋଗାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.