ସପନାଙ୍କ ଡ୍ୟାନ୍ସ ଶୋରେ ଷ୍ଟେଜ୍ ଉପରକୁ ହେଲା ପଥର ବର୍ଷା, କ୍ରୋଧରେ କଣ କଲେ ଡ୍ୟାନ୍ସର ଦେଖନ୍ତୁ ଭିଡିଓ

ମୁମ୍ବାଇ : ହରିୟାଣାର ଡ୍ୟାନ୍ସର ସପନା ଚୌଧୁରଙ୍କର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ରହିଛି। ଏଣୁ କିଛି ନା କିଛି କାରଣରୁ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ସପନାଙ୍କୁ ତାଙ୍କ ଡ୍ୟାନ୍ସ ବ୍ୟତୀତ ତାଙ୍କର ଦମଦାର କଥାବର୍ତ୍ତା ପାଇଁ ମଧ୍ୟ ଜଣାଶୁଣା। କିନ୍ତୁ ନିକଟରେ ସପନାଙ୍କ ଡ୍ୟାନ୍ସ ଶୋ ମଧ୍ୟରେ ହଠାତ ଷ୍ଟେଜ୍ ଉପରକୁ ପଥର ମାଡ ହୋଇଥିଲା। ଯାହା ପରେ ସପନା ରାଗି ଯାଇ ସେଠାରେ ଉପସ୍ଥିତ ଦର୍ଶକଙ୍କୁ ଅନେକ କଥା ଶୁଣାଇଥିଲେ। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା।

ୟୁଟ୍ୟୁବରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସପନା ଡ୍ୟାନ୍ସ ଶୋରେ ଉପସ୍ଥିତ ସମସ୍ତ ଲୋକଙ୍କୁ ଗାଳି ଦେଉଥିବା ଦେଖିବାକୁ ମିଳିଛି। ସେ କହୁଛନ୍ତି, “ଆପଣମାନେ ପଥର ମାରୁଛନ୍ତି ତାହା କଣ ଭଲ କଥା ? ମୁଁ ତ ପଥର ମାଡ ଖାଇ ଖାଇ ଆଜି ଏଇଠି ପହଞ୍ଚିଛି କିନ୍ତୁ କଣ ଆପଣଙ୍କର ଏହି ମଞ୍ଚ ଉପରେ ନାଚିବାର ସାହସ ରହିଛି । ଆପଣମାନେ ଏପରି କାମ କରି ଭଲ ଶୋର ମଜାକୁ ଖରାପ କରୁଛନ୍ତି”।

ଏହାଛଡ଼ା ପ୍ରାୟତଃ ସପନାଙ୍କ ଶୋ’ମାନଙ୍କରେ ଦଙ୍ଗା ବା ଝଗଡ଼ା ଦେଖିବାକୁ ମିଳିଥାଏ। ସପନାଙ୍କ ପ୍ରଶଂସକ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଭିଡ଼ ମଧ୍ୟରେ ମାରପିଟ କରିଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.