Below header

ଯାଜପୁର: ଅବହେଳିତ ଦିବ୍ୟାଙ୍ଗଙ୍କୁ ସହାନୁଭୂତି ଦେଖାଇଲେ ଯୁବ କଂଗ୍ରେସ ନେତା, ସେପଟେ ରସୁଲପୁରର ରାମେଶ୍ୱର SHG ଅସହାୟଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

ଯାଜପୁର (କେନ୍ୟୁଜ): ଲକଡାଉନ ଯୋଗୁ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ଏଥିରୁ ବି ବାଦ ପଡିନାହାଁନ୍ତି ଦିବ୍ୟାଙ୍ଗ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ରହୁଥିବା ଅବହେଳିତ ଦିବ୍ୟାଙ୍ଗମାନଙ୍କୁ ସହାନୁଭୂତି ଦେଖାଇଲେ ବରୀ ଯୁବ କଂଗ୍ରେସ ନେତା ଉମେଶ ଜେନା । ଦିବ୍ୟାଙ୍ଗମାନଙ୍କୁ ସରକାର ରାସନ ସାମଗ୍ରୀ ଚାଉଳ ଯୋଗାଇଦେଇଛନ୍ତି ।

ତେବେ ଏହା ବାଦ୍ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ଥିବା ଅନୁଭବ କରି ପାଖାପାଖି ୪୫ଜଣ ଦିବ୍ୟାଙ୍ଗଙ୍କୁ ଆଳୁ, ପିଆଜ, ଅଟା, ଡାଲି, ତେଲ, ଚୁଡା, ବିସ୍କୁଟ ଆଦି ସାମଗ୍ରୀ ବଣ୍ଟନ କରାଯାଇଥିଲା । ଯାଜପୁର ଜିଲ୍ଲା ଦିବ୍ୟାଙ୍ଗ କମିଟି ସଭାପତି ମଣ୍ଟୁ ଦାସଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗମାନଙ୍କୁ ଏହି ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ଅତିରିକ୍ତ ଭତା ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି ହୋଇଛି ।  

ସେହିଭଳି  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡ ପଂଚାୟତର ରାମେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଲକଡାଉନ ଯୋଗୁ ନିଜ ପଂଚାୟତରେ ପ୍ରଭାବିତ ଲୋକମାନଙ୍କୁ ଆଜି ଶୁଖିଲା ଖାଦ୍ୟ ବଂଟନ କରିଛି ।

ଗୋଷ୍ଠୀର ମୁଖ୍ୟ ପରିଚାଳକ ଚିନ୍ତାମଣି ରାଉତଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ, ଶିକ୍ଷାବିତ୍ ସନାତନ ବାରିକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସିଆରପି ରାଇକିଶୋରୀ ବେହେରା ପ୍ରମୁଖ ଯୋଗଦେଇ ଗରିବ ଲୋକମାନଙ୍କୁ ବିଭିନ୍ନ ରାସନ ସାମଗ୍ରୀ ବ୍ୟାଗ୍ ଭର୍ତି ଶୁଖିଲା ଖାଦ୍ୟ ବଂଟନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.