ୟୁଜି ବା ଅଣ୍ଡର ଗ୍ରାଜୁଏଟରେ ପଢାହେବ ନୀତିଶାସ୍ତ୍ର ଓ ମୂଲ୍ୟବୋଧ,ଯୋଡ଼ି ହେଲା ନୂଆ କୋର୍ସ୍

କେନ୍ୟୁଜ୍(ବ୍ୟୁରୋ):  ଏଣିକି ଯୁକ୍ତ ୩ ପିଲା ପଢିବେ ନୈତିକ ଶିକ୍ଷା ଉପରେ ସ୍ବତନ୍ତ୍ର ପାଠ୍ୟକ୍ରମ। ୟୁଜି ବା ଅଣ୍ଡର ଗ୍ରାଜୁଏଟରେ ଯୋଡ଼ି  ହୋଇଛି ଏହି ନୂଆ କୋର୍ସ୍। ଚଳିତ ଶିକ୍ଷାବର୍ଷରୁ ୟୁଜି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ଏହି ପାଠ୍ୟକ୍ରମଟି ଏକ ବାଧ୍ୟତାମୂଳକ ବିଷୟ ଭାବେ ଯୋଡ଼ି ହୋଇଛି।   ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ବା ‘ଏଥିକ୍ସ ଆଣ୍ଡ ଭାଲ୍ୟୁଜ୍’ ବହି ପ୍ରସ୍ତୁତ କରାଯାଇଛି । ।ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ କେବଳ ସଫଳ ନୁହେଁ, ଉତ୍ତମ ମଣିଷଭାବେ ଗଢିତୋଳିବା ଏହି ପାଠ୍ୟକ୍ରମର ଲକ୍ଷ୍ୟ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ କହିଛନ୍ତି ।

arun sahoo

ଓଡ଼ିଶା ପରିଷଦର କାର୍ଯ୍ୟାଳୟରେ ଆଜି ବିଭାଗୀୟ ମନ୍ତ୍ରୀ ଓ ସଚିବ ଓ ପରିଷଦର ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଏହାର ଭିଡ଼ିଓ ଲେକ୍ଚର ସହ ପରିଷଦ ଓ୍ବେବସାଇଟରେ ବହିର ଡିଜିଟାଲ ଭର୍ସନ ଉପଲବ୍ଧ ଅଛି। ଏହି ବିଷୟରେ ୬ଟି ୟୁନିଟ ରହିଛି । ଯୁକ୍ତ୩ ସ୍ତରରେ ୬ଟି ସେମିଷ୍ଟରର ପ୍ରତି ସେମିଷ୍ଟରରେ ଗୋଟିଏ ଲେଖାଏ ୟୁନିଟ ସ୍ଥାନ ପାଇଛି ଓ ପ୍ରତ୍ୟେକ ୟୁନିଟ ୨୫ ମାର୍କ ବିଶିଷ୍ଟ ହେବ । ଗୋଟିଏ ୟୁନିଟରେ ୧୫ଟି ପିରିୟଡ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.