Below header

ଘରେ ବନାନ୍ତୁ ଚଟପଟା ଆଳୁ ସେଉ, ବନାଇବା ଏକଦମ୍‌ ସହଜ

ଚା ସହିତ କିଛି ସ୍ନାକ୍ସ ମିଳିଗଲେ ତାର ମଜା ହୋଇଯାଏ କିଛି ଅଲଗା ପ୍ରକାର। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଳୁ ସେଉର ଚଟପଟା ରେସିପି। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ଅନୁସାରେ

  • ୨ଟି ଆଳୁ (ସିଝା ଚକଟା ହୋଇଥିବା)
  • ୧ କପ୍‌ ବେସନ
  • ୧/୪ କପ୍‌ ଚାଉଳ ଗୁଣ୍ଡ
  • ୧/୪ ଚାମଚ ହଳଦି ପାଉଡର
  • ଅଧା ଚାମଚ ଜିରା ପାଉଡର
  • ଅଧା ଚାମଚ ଗରମ ମସଲା ପାଉଡର
  • ଅଧା ଚାମଚ ଆମଚୁର ପାଉଡର
  • ୧ ଚାମଚ ଚାଟ ମସଲା
  • ଲୁଣ ସ୍ୱାଦାନୁସାରେ
  • ୨ ଚାମଚ ତେଲ
  • ଛାଣିବା ପାଇଁ ଆବଶ୍ୟକ ତେଲ

ପ୍ରସ୍ତୁତି ପ୍ରଣାଳୀ

  1. କେବଳ ତେଲକୁ ଛାଡି ବାକି ସମସ୍ତ ଜିନିଷକୁ ମିଶାଇ ଦିଅନ୍ତୁ।
  2. ଆବଶ୍ୟକ ଅନୁସାରେ ପାଣି ମିଶାଇ ନରମ କରି ଅଟା ଭଳି ଚକଟି ଦିଅନ୍ତୁ।
  3. କଡାରେ ତେଲ ଗରମ କରନ୍ତୁ। ଏବେ ସେଉ ମେକରରେ ସାମାନ୍ୟ ତେଲ ଲଗାଇ ଚିକ୍କଣ କରିଦିଅନ୍ତୁ।
  4. ଏବେ ସେଉ ମେକରରେ ଚକଟି ରଖିଥିବା ବେସନକୁ ପୂରାଇ ତେଲରେ ଛାଣନ୍ତୁ।
  5. ଧୀମା ଆଞ୍ଚରେ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ କୁରୁକୁରା କରି ଭାଜି ଦିଅନ୍ତୁ।
  6. ଏବେ ଏହାକୁ ଟିସ୍ୟୁ ପେପରକୁ ବାହାର କରିଦିଅନ୍ତୁ।
  7. ଥଣ୍ଡା ହେବା ପରେ ହାତରେ ସେଉକୁ ଭାଙ୍ଗି ଦିଅନ୍ତୁ।
  8. ଏହାକୁ ଆପଣ ଚା ସହିତ ପରିବାର ଲୋକଙ୍କୁ ସର୍ଭ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.