Below header

ଖବରକାଗଜ ବିକ୍ରେତାଙ୍କ ଝିଅ କ୍ୱାଲିଫାଏ କଲେ ଅନ୍ତରାଷ୍ଟ୍ରୀୟ କିକ୍‌ ବକ୍ସିଂ

ନୂଆଦିଲ୍ଲୀ : ସମାଜ ଯେତେ ଆଗଇଲେ ବି ପୁଅ-ଝିଅର ଭେଦଭାବ ସମାଜରେ ତିଷ୍ଠି ରହିଛି । ଯେଉଁଥିପାଇଁ ମହିଳାମାନଙ୍କୁ କୌଣସି ପ୍ରତିଯୋଗିତାରେ ଆଗେଇବାକୁ ହେଲେ ବହୁତ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଫଳରେ ଖେଳ ଓ ବ୍ୟବସାୟ ଆଦି କ୍ଷେତ୍ରରେ ଝିଅମାନେ କମ ଭାଗ ନେଇଥାନ୍ତି । ହେଲେ ଏମିତି ଜଣେ ଝିଅ ହେଉଛନ୍ତି ଗୁଜୁରାଟର ଅକ୍ଷଦା ଦଳବୀ । ଯିଏ ନିଜର ଶ୍ରମ ଓ ଦକ୍ଷତା ବଳରେ ଅନ୍ତରାଷ୍ଟ୍ରୀୟ କିକ୍‌ ବକ୍ସିଂ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଅକ୍ଷଦା କୁହନ୍ତି ଯେ ତାଙ୍କୁ ପିଲାଦିନୁ ବକ୍ସିଂର ବହୁତ ସଉକ ଥିଲା । ସେ ୫ମ ଶ୍ରେଣୀରୁ କରାଟେ ଶିଖିବା ଆରମ୍ଭ କରିଦେଇଥିଲେ । ପରେ ବକ୍ସିଂ ଶିଖିବା ଆରମ୍ଭ କରିଦେଇଥିଲେ । ଅକ୍ଷଦା ନିଜର ପ୍ରଥମ ନେସନାଲରେ ଗୋଲ୍ଡ ମେଡାଲ ଜିତି ପୁରା ଦେଶର ଗୌରବ ବଢ଼ାଇଥିଲେ । ଅକ୍ଷଦା କୁହନ୍ତି ଯେ ତାଙ୍କୁ ତାଙ୍କର କୋଚ ବହୁତ ଭଲ ଟ୍ରେନିଂ ଦିଅନ୍ତି । ଏହାଛଡ଼ା ତାଙ୍କ ସଫଳତା ପଛରେ ତାଙ୍କ ପରିବାରର ବହୁତ ହାତ ଥିବା ମଧ୍ୟ ସେ କହିଛନ୍ତି ।

courtesy  : ANI

ଶରୀରକୁ ସୁସ୍ଥ ରଖିବା ପାଇଁ କିକ୍‌ ବକ୍ସିଂ ବହୁତ ଜରୁରୀ

କୁହାଯାଏ କିକ୍‌ ବକ୍ସିଂ ଏକ ଭଲ ଏରୋବିକ ବ୍ୟାୟାମ । ଏଥିରେ ମିକ୍ସ ମାର୍ସଲ ଆର୍ଟ ର ଟ୍ରେନିଂ ମଧ୍ୟ ଦିଆଯାଏ । ଏହା ଏପରି ଏକ ମାର୍ସଲ ଆର୍ଟ ଖେଳ ଯାହା ଆପଣଙ୍କ ଶରୀରକୁ ବହୁତ ମଜବୁତ କରିଥାଏ । ଏଥିରେ ଶରୀରରେ ରକ୍ତ ପ୍ରବାହ ଭଲ ହୋଇଥାଏ । କିକ୍‌ ବକ୍ସିଂ କରୁଥିବା ବ୍ୟକ୍ତି ବହୁ ପ୍ରକାର ରୋଗରୁ ରକ୍ଷା ପାଇଥାଏ । କିକ୍‌ ବକ୍ସିଂ ସର୍ବ ପ୍ରଥମେ ଜାପାନରେ ଆରମ୍ଭ ହୋଇଥିଲା । ଆମେରିକାରେ ୭୦ ଦଶକରେ ଏହାର ଶୁଭାରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.