ପିଡିଏସ କିରୋସିନ ବାଟମାରଣା, ନାଲିଆ ମିଶାଣ ଚିହ୍ନ ଗାଡିରେ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ

ଉଦଳା(କେନ୍ୟୁଜ୍): କିରୋସିନ ଚୋରା କାରବାରର ନୂଆ ତରିକା ଆପଣେଇଛନ୍ତି ଚୋରା ବ୍ୟବସାୟୀ। ଗାଡିରେ  ନାଲି ମିଶାଣ ଚିହ୍ନ ବା ଡାକ୍ତରୀ ମେଡିସିନି ସିମ୍ବଲ ଆଙ୍କି ହେଉଥିଲ ଚୋରା କିରୋସିନ ଚାଲାଣ। ଶେଷରେ ପୋଲିସ ହାତରେ ଧରା ପଡିଛନ୍ତି ଚୋରା ଚାଲାଣକାରୀ। ଉଦଳା ପୋଲିସ ଆଜି ଭୋର ସମୟରେ ଉଦଳା କଲିଆ ଛକ ନିକଟରେ ଏକ ପିକଅପ ଗାଡିକୁ ଅଟକାଇଥିଲା। ଉକ୍ତ ଗାଡି ଅଟକାଇବା ପରେ ଉକ୍ତ ପିକଅପରେ କିରୋସିନ ଚୋରା ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା।

ଗାଡିରେ ଥିବା ୧୧ ଗୋଟି ବ୍ୟାରେଲକୁ ପୋଲିସ ଜବତ କରିବା ସହିତ ସେଥିରେ ଥିବା ୨୨ ଶହ ଲିଟର ଚୋରା କିରୋସିନ ପୋଲିସ ଜବତ କରିଛି। ଏହା ସହିତ ୩ ଜଣଙ୍କୁ ଗିରଫ କରିଛି। ଏହି କିରୋସିନ ଉଦଳା ଅଞ୍ଚଳରୁ ବାଲେଶ୍ୱର ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା ଏବଂ ଏହା ପିଡିଏସ କିରୋସିନ ବୋଲି ଜଣାପଡିଛି। ତେବେ ଗିରଫ ଅଭିଯୁକ୍ତମାନେ ଏ ବାବଦରେ କିଛି କହୁ ନ ଥିବା ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ତେବେ କେବଳ ଗତକାଲି ରାତିରେ ନା ପ୍ରତ୍ୟେକ ଦିନ ରାତିରେ ଏଭଳି ପିଡ଼ିଏସ କିରୋସିନ ଚୋରା ଚାଲାଣ ହେଉଛି ତାହାର ତଦନ୍ତ କରିବା ନିହାତି ଆବଶ୍ୟକ।ସବୁଠାରୁ ବଡ଼ କଥା ଅଭିଯୁକ୍ତ ମାନେ ପିକଅପରେ ପ୍ଲସ ଚି଼ହ୍ନ ଅର୍ଥାତ ଡାକ୍ତରଙ୍କ ଗାଡ଼ିରେ ରହୁଥିବା ଚି଼ହ୍ନ ମାରି ସମସ୍ତଙ୍କୁ ଭକୁଆ ବନାଇ କିରୋସିନ ଚୋରା ଚାଲାଣ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.